ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିକୁ ଦେଖି କଟକଣାକୁ ଆହୁରି ଅଧିକ କୋହଳ କରାଯାଇ ରାଜ୍ୟରେ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି। ତେବେ ବସ୍ ଚଳାଚଳ ପାଇଁ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ସେ କହିଛନ୍ତି, ବସ୍ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଆର୍ଟିଓ ଓ ବସ୍ ସଂଘ ଗୁଡ଼ିକୁ ଗାଇଡ୍ଲାଇନ୍ ଦିଆଯିବ। ବସ୍ରେ ଥିବା ସିଟ୍ କ୍ଷମତା ଅନୁସାରେ ଯାତ୍ରୀମାନେ ଯାଇପାରିବେ। ବସ୍ରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ ଯେଉଁ ଜିଲ୍ଲା ଗୁଡ଼ିକରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି, ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ବସ୍ ଚଳାଚଳ କରିପାରିବ। ଅର୍ଥାତ୍ ଅନୁମତି ପାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅଛି। ତେଣୁ ସୁବର୍ଣ୍ଣପୁରରୁ ସୁନ୍ଦରଗଡ଼ ବସ୍ ଚଳାଚଳ କରିପାରିବ। ତେବେ ‘ବି’ କ୍ୟାଟେଗୋରୀରେ ଥିବା ଜିଲ୍ଲା ଗୁଡ଼ିକରେ ବସ୍ ଚଳାଚଳ କରିପାରିବ ନାହିଁ।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ‘ଏ’ କ୍ୟାଟେଗୋରୀରେ ରଖାଯାଇଛି। ଏହି ସବୁ ସ୍ଥାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ଅନୁମତି ଦିଆଯିବା ସହିତ ବସ୍ ଓ ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି। ତେବେ ଶପିଂ ମଲ୍ ଓ ପାର୍ଲର ଖୋଲିବା ପାଇଁ ଅନୁମତି ମିଳି ନାହିଁ। ସେହିପରି ସିନେମା ହଲ୍ ଖୋଲିବାକୁ ଅନୁମତି ମିଳି ନଥିବା ବେଳେ ଯାତ୍ରାକୁ ମଧ୍ୟ ଅନୁମତି ମିଳିନାହିଁ। ଅନ୍ୟପକ୍ଷରେ ସାରା ରାଜ୍ୟରେ ଥିବା ଛୋଟ ଛୋଟ ସାଲୁନ୍ ଖୋଲିବାକୁ ଅନୁମତି ମିଳିଛି।
‘ବି’ କ୍ୟାଟେଗୋରୀରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ରହିଛି। ଏହି ଜିଲ୍ଲାରେ ମଲ୍, ପାର୍ଲର ଓ ସ୍ପା ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ତେବେ ଏହି ୧୦ ଜିଲ୍ଲା ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ସେହିପରି ଏସବୁ ଜିଲ୍ଲାରେ ସପ୍ତାହାନ ଶଟ୍ଡାଉନ୍ ଜାରି ରହିବ।
The post ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡ୍ଲାଇନ୍: ପରିବହନ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3h6Ukmw
No comments:
Post a Comment