ଫାଇଜର ଏବଂ ଜନସନ ଟିକା ଜରୁରୀକାଳୀନ ଅନୁମତି ମାଗିବେ, ଆରମ୍ଭ ହେଲା ପ୍ରକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ଫାଇଜର ଏବଂ ଜନସନ ଟିକା ଜରୁରୀକାଳୀନ ଅନୁମତି ମାଗିବେ, ଆରମ୍ଭ ହେଲା ପ୍ରକ୍ରିୟା

ନୂଆଦିଲ୍ଲୀ: ଆମେରିକାର ଟିକା କମ୍ପାନୀ ଫାଇଜର ଏବଂ ଜନସନ ଭାରତରେ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମତି ମାଗିବେ। ଏଥିପାଇଁ ଦୁଇ ଟିକା କମ୍ପାନୀ ଆବେଦନ କରିବାର ପୂର୍ବ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।

ଗତକାଲି ଆମେରିକା କହିଥିଲା ଭାରତକୁ ଟିକା ପଠାଇବା ପାଇଁ ରାଜି ଅଛି। ହେଲେ କେନ୍ଦ୍ର (ଭାରତ) ସରକାର ଗ୍ରୀନ ସିଗନାଲ ଦେଖାଇନଥିବାରୁ ଟିକା ଦେବାରେ ଅସୁବିଧା ରହିଛି। ଆମେରିକର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଏହା କହିଥିଲେ। ପରେ ଭାରତ କହିଥିଲା ଆମେରିକା ପଠାଇବାକୁ ଥିବା ଟିକା କମ୍ପାନୀ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରି ନାହାନ୍ତି। ତେଣୁ ଆମେରିକା ଟିକା ଆଣିବାରେ ସମସ୍ୟା ରହିଛି ବୋଲି ଭାରତ କହିଥିଲେ। ଏହାପରେ ଆଜି ଏକ ରିପୋର୍ଟ ଅନୁଯାୟୀ ଫାଇଜର ଏବଂ ଜନସନ ଟିକା ଅନୁମତି ମାଗିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ରହିଛି। ଆମେରିକା ଏବେ ବିଭିନ୍ନ ଦେଶକୁ ୮ କୋଟି ଟିକା ଦାନ କରିବ ବୋଲି କହିଛି। ଆମେରିକା କିଛି ଦେଶକୁ ଟିକା ବାଣ୍ଟିଥିବା ବେଳେ ଭାରତରେ ଥିବା ଆଇନଗତ ସମସ୍ୟା ପାଇଁ ଟିକା ପଠାଇପାରିନି ଆମେରିକା।

ଏହାବାଦ୍ ଭାରତ ମୋର୍ଡେର୍ଣ୍ଣା ଏବଂ ଫାଇଜର କମ୍ପାନୀ ପାଖରୁ ଟିକା ଆଣିବାକୁ ଯୋଜନା କରୁଥିବା ସୂଚନା ରହିଛି। ଏଥିପାଇଁ ଆଲୋଚନା କରୁଥିବା ସୂଚନା ରହିଛି। ତେବେ ଟିକା ପଠାଇବା ପୂର୍ବରୁ ଦୁଇ କମ୍ପାନୀ କ୍ଷତିପୂରଣ ବଣ୍ଡ (indemnity bond) ଚାହୁଁଛନ୍ତି। ଏହାର ଅର୍ଥ ଏହି ଟିକା ନେବା ପରେ କୌଣସି ଅଘଟଣ ହେଲେ ଟିକା କମ୍ପାନୀ ବିରୋଧରେ ମାମଲା ଦାୟର ହୋଇପାରିବନି କି କମ୍ପାନୀ କ୍ଷତିପୂରଣ ଦେବନି।

ନିକଟରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ ଆମେରିକାନ ଟିକା କମ୍ପାନୀ ମାନଙ୍କ ସହିତ ଭାରତ ସରକାର ଆଲୋଚନା କରୁଛନ୍ତି। ଯଦିଓ ଏହା ପ୍ରାଥମିକ ପର୍ଯ୍ୟାୟରେ ଅଛି। ଟିକା କମ୍ପାନୀ ଟିକା ଦେବା ପୂର୍ବରୁ ବିଭିନ୍ନ ଦାବି ରଖୁଛନ୍ତି। ସରକାର ଏ ବାବଦରେ ଆଲୋଚନା କରୁଛନ୍ତି। ତେଣୁ ଟିକା କମ୍ପାନୀ ଯଦି ରାଜି ହୋଇଗଲା ସରକାରଙ୍କ ନିୟମ ଅନୁଯାୟୀ ତାହେଲେ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ତ୍ୱରିତ ହୋଇଯିବ।

ଅନ୍ୟପଟେ ଜନସନ ଆଣ୍ଡ ଜନସନ ଉପରେ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଏକ ଗମ୍ଭୀର ଟିପ୍ପଣୀ ଦେଇଛି। ଏହି ଟିକା ନେବା ପରେ କିଛି ଲୋକଙ୍କ ପାଖରେ ପକ୍ଷଘାତ ହେଉଥିବାର ଏଫଡିଏ କହିଛି

The post ଫାଇଜର ଏବଂ ଜନସନ ଟିକା ଜରୁରୀକାଳୀନ ଅନୁମତି ମାଗିବେ, ଆରମ୍ଭ ହେଲା ପ୍ରକ୍ରିୟା appeared first on Odisha Reporter.



from Odisha Reporter https://ift.tt/3B3n1cb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages