ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ମାମଲାରେ ସୋମବାର ରାତିରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଗିରଫ ହେବା ପରଠୁ ବି-ଟାଉନ୍ରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜଙ୍କ ଗିରଫଦାରୀ ପରେ କପିଲ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କପିଲ ମଜାକ ମଜାକରେ କିଛି ନ କରି ଏତେ ଟଙ୍କା କିପରି ରୋଜଗାର କରୁଛନ୍ତି ବୋଲି ରାଜଙ୍କୁ ପଚାରିଥିଲେ। ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଥିବା ବେଳେ ଏହାର ଉତ୍ତର ମିଳିଗଲା ବୋଲି ଟ୍ରୋଲ କରୁଛନ୍ତି ୟୁଜର୍ସ।
କପିଲଙ୍କ ପ୍ରୋଗ୍ରାମଙ୍କୁ କିଛି ବର୍ଷ ପୂର୍ବେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଯାଇଥିଲେ। ସେଠାରେ କପିଲ ତାଙ୍କ ଉପରକୁ ତୀରଛା ବାଣ ଛାଡ଼ି କହିଥିଲେ, ଆପଣଙ୍କୁ ସବୁବେଳେ ଫିଲ୍ମ ଷ୍ଟାରଙ୍କ ସହ ଫୁଟବଲ ମ୍ୟାଚ ଖେଳୁଥିବାର ଦେଖାଯାଉଛି। କେତେବେଳେ ଫ୍ଲାଇଟରେ, କେତେବେଳେ ଫରେନ ଲୋକେସନରେ ବୁଲୁଛନ୍ତି ତ କେତେବେଳେ ସ୍ତ୍ରୀଙ୍କ ସହ ସପିଙ୍ଗର ମଜା ନେଉଛନ୍ତି । ଏହାସହ କପିଲ କହିଥିଲେ, ପାଜୀ ଆମକୁ କିଛି ଆଇଡିଆ ଦିଅନ୍ତୁ, କିଛି ନ କରିବି ଏତେ ରୋଜଗାର କିପରି କରିହେବ। ଏବେ ଏହାର ଜବାବ ମିଳିଗଲା ବୋଲି ୟୁଜର୍ସ କମେଣ୍ଟ କରିବା ସହ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ରାଜଙ୍କ ଗିରଫଦାରୀ ପରେ ଏକ ପ୍ରେସ୍ ରିଲିଜରେ ମୁମ୍ବାଇ ପୁଲିସ୍ କମିଶନର ହେମନ୍ତ ନଗରାଲେ କହିଛନ୍ତି, ଅଶ୍ଳୀଳ ଫିଲ୍ମ କରିବା ଓ ଏହାକୁ ମୋବାଇଲ ଆପ୍ସରେ ଡାଉନଲୋଡ଼ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨୦୨୧ ଫେବୃୟାରୀରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲରେ ଗତକାଲି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କାରଣ ଯାଞ୍ଚ ବେଳେ ସେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାଯାଇଛି।
ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ ପୁଲିସ୍ ଗତ ଫେବୃୟାରୀରେ ଅଭିନେତ୍ରୀ ଗହନା ବଶିଷ୍ଟ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ସମୟରେ ପଚରାଉଚରା ପରେ ବହୁ ସାଂଘାତିକ ତଥ୍ୟ ସାମନାକୁ ଆସିଥିଲା। ପର୍ଣ୍ଣ ଫିଲ୍ମର ସୁଟିଂ ମୁମ୍ବାଇରେ ହେଉଥିବା ବେଳେ ଆଇନ ହାତରୁ ଖସିଯିବାକୁ ଏହାକୁ ବିଦେଶରେ ଅପଲୋଡ କରାଯାଉଥିଲା। କାରଣ ବିଦେଶର ଆଇପି ଆଡ୍ରେସ ଓ ସର୍ଭରର ବ୍ୟବହାର କରି ଏପରି ଭିଡିଓ ଅପଲୋଡ କଲେ ବନ୍ଧା ହେବେନି ବୋଲି ଷଡଯନ୍ତ୍ରକାରୀ ଭାବି ନେଇଥିଲେ।
ଅପରପକ୍ଷେ, ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା କହି ରାଜ୍ କୁନ୍ଦ୍ରା ଅନ୍ତରୀଣ ଜାମିନ୍ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ୨୦୧୩ରେ କ୍ରିକେଟ୍ ବେଟିଂ ଓ ସ୍ପଟ୍ ଫିକ୍ସ ସ୍କାଣ୍ଡାଲ୍ରେ ଦିଲ୍ଲୀ ପୁଲିସ୍ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ଶିଳ୍ପା ସେଟ୍ଟୀ ୨୦୦୯ରେ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଥିଲେ।
शिल्पा शेट्टी के पति राज कुंद्रा को क्राइम ब्रांच ने
अश्लील फिल्में बनाने के आरोप मे किया गिरफ्तार.
Finally everyone got the right answer of the question asked by kapil sharma on #TheKapilSharmaShow many years ago.#RajKundra #shilpashettykundra #RajKundraArrest pic.twitter.com/TcMFujKiyu— Dessie Aussie (@DessieAussie) July 19, 2021
The post ଦିନେ କପିଲ ପଚାରିଥିଲେ, ‘ରାଜ୍, କିଛି ନ କରି କିପରି ଏତେ ରୋଜଗାର କରୁଛ’ appeared first on Odisha Reporter.
from Odisha Reporter https://ift.tt/3eAN5So
No comments:
Post a Comment