ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ମୌସୁମୀ ଅଧିବେଶନ ପାଇଁ ଏବେ ସଂସଦ ଚାଲିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଚାଷୀଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛି। ସେ କହିଛନ୍ତି ଯେ ସରକାର ଚାଷୀଙ୍କ ସ୍ୱରକୁ ଦମନ କରୁଛନ୍ତି ଏବଂ ସଂସଦରେ ସେମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦେଉ ନାହାନ୍ତି। କେନ୍ଦ୍ରର ତିନି କୃଷି ଆଇନ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଏକ କଳା ନିୟମ। ସରକାରଙ୍କୁ ଏହି ଆଇନ୍ ପ୍ରତ୍ୟାହାର କରିବାକୁ ହେବ।

ଏହି ଆଇନ ଦେଶର ମାତ୍ର ୨ ରୁ ୩ ବ୍ୟବସାୟୀଙ୍କୁ ଲାଭ ଦେବାକୁ ତିଆରି ହୋଇଛି। ସରକାର ଅନେକ ସମସ୍ୟା ଭିତରେ ରହିଛନ୍ତି। ଏହା ପରେ ବି ସରକାର କିନ୍ତୁ କହୁଛନ୍ତି କୃଷକ ମାନେ ବହୁତ ଖୁସିରେ ଅଛନ୍ତି ବୋଲି ରାହୁଲ ସଂସଦ ଭିତରେ ପ୍ରବେଶ କରିବା ପୂର୍ବରୁ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଶିରୋମଣି ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟିର ସାଂସଦମାନେ ମଧ୍ୟ ତିନି ନୂତନ କୃଷି ଆଇନକୁ ବିରୋଧ କରି ଗୃହ ବାହାରେ ପ୍ରଦର୍ଶନ କରିଛନ୍ତି। ତେବେ ପେଗାସସ୍ ରିପୋର୍ଟକୁ ନେଇ ବିରୋଧୀ ସଂସଦରେ ହୋ ହାଲ୍ଲା କରିବାରୁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ଆରମ୍ଭ ହେବା ମାତ୍ରେ ଲୋକସଭା ଏବଂ ରାଜ୍ୟସଭାରେ ବିଜୟ ଦିବସ ଅବସରରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ବ୍ୟତୀତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମିରବାଇ ଚାନୁଙ୍କୁ ଉଭୟ ସଦନରେ ପ୍ରଶଂସା କରାଯାଇଥିଲା।

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ବେଳେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’  କରୁଛନ୍ତି। ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ପୁଲିସ୍‌ ପକ୍ଷରୁ କରାଯାଇଛି। ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରୁ ଦୈନିକ ୨୦୦ ଜଣ ସଂସଦ ଅଭିମୁଖେ ଆସି ନକଲି କିଷାନ ସଂସଦରେ ସାମିଲ ହେଉଛନ୍ତି। ଏହା ଅଗଷ୍ଟ ୧୩ ଯାଏ ଚାଲିବ।

The post ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ appeared first on Odisha Reporter.



from Odisha Reporter https://ift.tt/3zyZaiX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages