‘ଜନସନ ଟିକା ନେବା ପରେ ହୋଇପାରେ ପକ୍ଷାଘାତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

‘ଜନସନ ଟିକା ନେବା ପରେ ହୋଇପାରେ ପକ୍ଷାଘାତ’

ଓ୍ୱାଶିଂଟନ: ସାରା ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ ଜନସନ ଆଣ୍ଡ ଜନସନ ଟିକା ବିପଦ ବୋଲି କହିଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)। ପ୍ରଥମେ ଏହି ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ଆସିଥିଲା। ପରେ ଏହା ସାଧାରଣ ସମସ୍ୟା କହି ଆମେରିକା ସରକାର ଟିକା ଉପରୁ ପ୍ରତିବନ୍ଧକ ହଟାଇ ଦେଇଥିଲେ। ଏବେ କିନ୍ତୁ ଟିକା ନେବା ପରେ ପକ୍ଷାଘାତ ହେବାର ଆଶଙ୍କା ଥିବା ଆମେରିକାକ ଏଫଡିଏ କହିଛି। ଟିକା ନେବା ପରେ କିଛି କ୍ଷେତ୍ରରେ ନ୍ୟୁରୋ ସମସ୍ୟା ଦେଖାଇପାରେ ବୋଲି ଏଫଡିଏ ସ୍ପଷ୍ଟ କରିଛି।

ସିଏନଏନର ରିପୋର୍ଟ ଅନୁଯାୟୀ ଏଫଡିଏ କହିଛି ଯେ ଜନସନ ଆଣ୍ଡ ଜନସନ ଟିକା  ନେବାର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ନ୍ୟୁରୋ ସମସ୍ୟା ପରିଲିକ୍ଷିତ ହୋଇଛି। ଏହାକୁ ଗୁଅଲାଇନ୍ ବରେ ସିଣ୍ଡ୍ରୋମ ବୋଲି କୁହାଯାଉଛି। ପାଖାପଖି ୪୨ ଦିନ ପରେ ଏପରି ଲକ୍ଷଣ ଚିହ୍ନଟ ହୋଇଥିବା କୁହାଯାଇଛି। ଯେଉଁସବୁ ସମସ୍ୟା ଦେଖାଦେଇଛି ତାହା ଟିକା ନେବା ଯୋଗୁଁ ହୋଇଛି ବୋଲି ଏଫଡିଏ କହିଛି। ତେବେ ଆମେରିକାର ଅନ୍ୟ ଟିକା କମ୍ପାନୀ ମୋର୍ଡେର୍ଣ୍ଣା, ଫାଇଜର ନେବା ପରେ ଏପରି ଲକ୍ଷଣ ଦେଖିବାକୁ ମିଳିନଥିବା ଏଫଡିଏ କହିଛି।

ଆମେରିକାରେ ଏଯାବତ ୧୨.୮ ମିଲିଅନ ଲୋକଙ୍କୁ ଜନସନ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୦୦ ଜଣଙ୍କ ପାଖରେ ଗୁଅଲାଇନ୍ ବରେ ସିଣ୍ଡ୍ରୋମ ଲକ୍ଷଣ ଦେଖିବାକୁ ମିଳିଛି। ଏହିସବୁ ମାମଲାକୁ ୟୁଏସ ଭ୍ୟାକସିନ ଆଡଭର୍ସ ଭାବରେ ପଞ୍ଜିକରଣ କରାଯାଇଛି।

ଗୁଅଲାଇନ୍ ବରେ ସିଣ୍ଡ୍ରୋମ ହେଉଛି ଏକ ନ୍ୟୁରୋଲଜିକାଲ ରୋଗ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରେ। ଏହାପରେ ମାଂସପେଶୀକୁ ଦୁର୍ବଳ କରିଥାଏ। ପରେ ଏହା ପକ୍ଷାଘାତ ବା ପାରାଲିସିସ ଆଡକୁ ମୁହାଁଇଥାଏ ବୋଲି ଏଫଡିଏ କହିଛି। ଯଦି ଜଣେ ଟିକା ନେବା ପରେ ଏପରି ସମସ୍ୟାର ସାମ୍ନା କରୁଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଦରକାର। ଏହି ଲକ୍ଷଣ ବ୍ୟତୀତ ଚାଲିବାରେ, କଥା କହିବାରେ, ଆଖି ସମସ୍ୟା ଦେଖା ଦେଇପାରେ।

ସୂଚନାଯୋଗ୍ୟ, ଅନ୍ୟ ଟିକା କମ୍ପାନୀ ଡବଲ ଡୋଜ ଦେଉଥିବା ବେଳେ ଜନସନ ହେଉଛି ସିଙ୍ଗେଲ ଡୋଜ ଟିକା। ଏହାକୁ ନେବା ପରେ ପ୍ରଥମେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ଆସିଥିଲା। ପରେ ଏହାକୁ ଅନୁଧ୍ୟାନ କରାଯାଇଥିଲା। ହେଲେ ଏହା ସାଧାରଣ ସମସ୍ୟା, ଚିକିତ୍ସା ସମ୍ଭବ ବୋଲି କହି ଏପ୍ରିଲରୁ ଏହି ଟିକା ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଥିଲା ଆମେରିକାର ଡ୍ରଗ୍ସ ଡିପାର୍ଟମେଣ୍ଟ।

The post ‘ଜନସନ ଟିକା ନେବା ପରେ ହୋଇପାରେ ପକ୍ଷାଘାତ’ appeared first on Odisha Reporter.



from Odisha Reporter https://ift.tt/3eez5NT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages