ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ଆଜି ନୂଆଦିଲ୍ଲୀରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ।

ଯଶପାଲ ୧୯୫୪ ଅଗଷ୍ଟ ୧୧ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ ହୋଇଥିଲେ। ସେ ଜଣେ ଭଲ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଭାରତ ପକ୍ଷରୁ ସେ ମୋଟ ୩୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଟେଷ୍ଟରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହିତ ୧୬୦୬ ରନ୍ ସଂଗ୍ରହ କରିଥିଲେ ଯଶପାଲ। ୧୯୮୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

୧୯୭୮ ମସିହାରେ ପାକିସ୍ତାନ ବିପକ୍ଷରେ ଯଶପାଲ ଦିନିକିଆ ଡେବ୍ୟୁ କରିଥିଲେ। ୪୨ଟି ଦିନିକିଆରୁ ସେ ୮୮୩ ରନ୍ ସଂଗ୍ରହ କରିଥିଲେ। ୧୯୮୫ରେ ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ଅବସର ନେବା ପରେ ଯଶପାଲ ବିସିସିଆଇ ସହିତ ପଞ୍ଜାବ ଓ ହରିଆଣା କ୍ରିକେଟ୍‌ ବୋର୍ଡର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ମ୍ୟାଚ୍ ବେଳେ ଟେଲିଭିଜନରେ କ୍ରିକେଟ୍ ଏକ୍ସପର୍ଟ ଭାବେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଥିଲା।

 

The post ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ appeared first on Odisha Reporter.



from Odisha Reporter https://ift.tt/3yQMpjj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages