ମ୍ୟାରୀ କମ୍‌ଙ୍କ ବିଜୟୀ ପଞ୍ଚ୍, ଆରମ୍ଭ କଲେ ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ମ୍ୟାରୀ କମ୍‌ଙ୍କ ବିଜୟୀ ପଞ୍ଚ୍, ଆରମ୍ଭ କଲେ ଅଭିଯାନ

ଟୋକିଓ: ୬ଥରର ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ଷ୍ଟାର୍ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଟୋକିଓରେ ବିଜୟ ସହ ଖାତା ଖୋଲିଛନ୍ତି। ମ୍ୟାରୀ କମ୍ ମହିଳା ୫୧ କେଜି ଓଜନ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ଡୋମିନିକ୍ ରିପବ୍ଲିକର ହର୍ଣ୍ଣାଣ୍ଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି। ଏହାସହ ମ୍ୟାରୀ କମଙ୍କ ଶକ୍ତ ପଞ୍ଚ୍ ଟୋକିଓ ରିଙ୍ଗରେ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି।

ଚଳିତ ଅଲିମ୍ପିକ୍ସରେ ମ୍ୟାରୀ କମ୍ ଉଚିତ୍ ରଣନୀତି ସହ ନିଜର ପ୍ରଥମ ମୁକାବିଲାକୁ ଓହ୍ଲାଇଥିଲା। ସେ ପୂରା ମ୍ୟାଚରେ ନିଜ ଅଭିଜ୍ଞତାର ଭରପୂର ବ୍ୟବହାର କରି ବିଜୟୀ ହୋଇଛନ୍ତି। ତିନି ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ମ୍ୟାରୀ କମ୍ ପ୍ରଥମ ରାଉଣ୍ଡରେ ଧୈର୍ଯ୍ୟର ସହ ଖେଳିଥିଲେ। ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିବା ପାଇଁ କିଛି ସମୟ ନେଇଥିଲେ।

ଦ୍ୱିତୀୟ ରାଉଣ୍ଡରେ ମ୍ୟାରୀ କମ୍ କିଛି ଆକ୍ରମଣାତ୍ମକ ପଞ୍ଚ୍ ମାରିଥିଲେ। ଗାର୍ସିଆ ମଧ୍ୟ କିଛି ଦମଦାର ପଞ୍ଚ୍ ମାରି ପଏଣ୍ଟ ସଂଗ୍ରହ କରିଥିଲେ। ଏହି ରାଉଣ୍ଡ ଶେଷ ହେବା ବେଳକୁ ଉଭୟ ବକ୍ସରଙ୍କ ସ୍କୋର ୫୦-୫୦ ରହିଥିଲା। ଅର୍ଥାତ୍ ଦୁଇ ଜଜ୍ ମ୍ୟାରୀ କମଙ୍କୁ ଦୁଇଥର ୧୦ ପଏଣ୍ଟ ଦେଇଥିବା ବେଳେ ଗାର୍ସିଆଙ୍କୁ ମଧ୍ୟ ଦୁଇଥର ସମାନ ପଏଣ୍ଟ ମିଳିଥିଲା।

ତୃତୀୟ ରାଉଣ୍ଡରେ ମ୍ୟାରୀ କମ୍ ପୂରା ଜୋଶରେ ଆକ୍ରମଣ କରିଥିଲେ। ସେ ପ୍ରତିପକ୍ଷ ବକ୍ସରଙ୍କୁ ପଞ୍ଚ୍ ପରେ ପଞ୍ଚ୍ ମାରି ଚାଲିଲେ। ଏହି ରାଉଣ୍ଡକୁ ଜିତିବା ପାଇଁ ମ୍ୟାରୀ କମ୍ ନିଜର ପୂରା ଶକ୍ତି ଲଗାଇ ଦେଇଥିଲେ। ଏହାସହ ତାଙ୍କୁ ଅଭିଜ୍ଞତାର ମଧ୍ୟ ଭରପୂର ଫାଇଦା ମିଳିଥିଲା। ଏହିପରି ଭାବେ ମ୍ୟାରୀ କମ୍ ତୃତୀୟ ରାଉଣ୍ଡରେ ୫-୦ରେ ବିଜୟୀ ହେବା ସହ ମୁକାବିଲାକୁ ମଧ୍ୟ ଜିତି ନେଇଥିଲେ। ପୂରା ମ୍ୟାଚରେ ମ୍ୟାରୀ କମ୍ ନିଜର ଦମଦାର ‘ରାଇଟ୍ ହୁକ୍’ ଦ୍ୱାରା ଦବଦବା କାଏମ୍ ରଖିଥିଲେ। ଗାର୍ସିଆ ମଧ୍ୟ ମ୍ୟାରୀ କମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ସେ ପଞ୍ଚକୁ ସଠିକ୍ ଭାବେ ଲଗାଇ ପାରିନଥିଲେ।

LEଚାରି ପିଲାର ମା’ ମ୍ୟାରୀ କମ୍ ରାଉଣ୍ଡ-୧୬ ବା ପ୍ରି-କ୍ୱାର୍ଟରଫାଇନାଲରେ କଲମ୍ବିଆର ଇଙ୍ଗ୍ରିଟ ଭାଲେନ୍ସିଆଙ୍କୁ ଭେଟିବେ। ଭାଲେନ୍ସିଆ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

The post ମ୍ୟାରୀ କମ୍‌ଙ୍କ ବିଜୟୀ ପଞ୍ଚ୍, ଆରମ୍ଭ କଲେ ଅଭିଯାନ appeared first on Odisha Reporter.



from Odisha Reporter https://ift.tt/3i1g4AM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages