କପିଲଙ୍କ ଶୋ’ରୁ ସୁମୋନା ଆଉଟ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

କପିଲଙ୍କ ଶୋ’ରୁ ସୁମୋନା ଆଉଟ୍‌?

ମୁୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ବିଛିନ୍ନ ହେଲା କି ସମ୍ପର୍କ? କପିଲ ଏବଂ ଭୁରି ଓରଫ ସୁମୋନା ଏଥର ଆଉ ଆସିବେନି ଏକାଠି। କପିଲଙ୍କ ଶୋ’କୁ ବାଏ ବାଏ କହିଲେ ସୁମୋନା। ନିକଟରେ ରିଲିଜ ହୋଇଥିବା କପିଲ ଶର୍ମା ଶୋ’ର ପ୍ରମୋ ପରେ ଏଭଳି କିଛି ଶୁଣିବାକୁ ମିଳୁଛି।

କପିଲ ଶର୍ମା ଖୁବ୍‌ଶୀଘ୍ର ନିଜ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ସହ ଟିଭି ପରଦାକୁ ଫେରୁଛନ୍ତି। ନିକଟରେ ଏହାର ପ୍ରମୋ ମଧ୍ୟ ରିଲିଜ ହୋଇସାରିଛି। ଏହି ପ୍ରମୋରେ କପିଲଙ୍କ ଟିମ୍‌ରେ ଭାରତୀ ସିଂହ, କୃଷ୍ଣା ଅଭିଷେକ ଓ ନୂଆ ମୁହଁ ଭାବେ ସୁଦେଶ ଲାହରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ସୁମୋନା ନଜର ଆସିନାହାନ୍ତି। ନା ପ୍ରମୋରେ ନା ରିଲିଜ ହୋଇଥିବା ପୋଷ୍ଟରରେ। କେଉଁଠି ମଧ୍ୟ ସୁମୋନାଙ୍କୁ ଦେଖିବାକୁ ପାଇନାହାନ୍ତି ତାଙ୍କ ପ୍ରଶଂସକ। ସୁମୋନାଙ୍କ ଖାଲି ପଣକୁ ନେଇ ଫ୍ୟାନ୍ସଙ୍କ ମନରେ ନା ନା ପ୍ରଶ୍ନ ସୃଷ୍ଟି ହୋଇଛି। ସୁମୋନା କୁଆଡେ କପିଲଙ୍କ ଶୋ’ କୁଇଟ୍ କରିଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି।

ଏହାରି ଭିତରେ ଏବେ ସୁମୋନଙ୍କ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସାମ୍ନାକୁ ଆସିଛି । ଏହି ପୋଷ୍ଟରେ ସୁମୋନା କପିଲ ଶର୍ମା ଶୋ’କୁ ଇଷାରା କରି ଲେଖିଛନ୍ତି । ସୁମୋନା ଲେଖିଛନ୍ତି, ‘ଯଦି ତୁମେ କୌଣସି ଜିନିଷକୁ ସଠିକ୍ ସୁଯୋଗ ଦେଉ ନାହଁ, ତୁମେ କେବେ ଜାଣିବ ନାହିଁ ଯେ ଏହା ତୁମ ପାଇଁ ତିଆରି ହୋଇଛି। ଏହା ଏକ ସମ୍ପର୍କ ହେଉ, ଏକ ନୂତନ ଚାକିରି, ଏକ ନୂତନ ସହର ହେଉ କିମ୍ବା ଏକ ନୂତନ ଅଭିଜ୍ଞତା। ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦିଅ, କିଛି ମନେରଖ ନାହିଁ। ଯଦି ଏହା ବିଫଳ ହୁଏ ତେବେ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଜିନିଷଟି ଆପଣଙ୍କ ପାଇଁ ତିଆରି ହୋଇନାହିଁ। ତା’ପରେ ତୁମେ କୌଣସି ଅନୁତାପ ନକରି ଆଗକୁ ବଢ଼ିବ।’

ସୁମୋନା ଚକ୍ରବର୍ତ୍ତୀ ବହୁ ବର୍ଷ ଧରି କପିଲ ଶର୍ମାଙ୍କ ସହ ଜଡିତ ଥିଲେ। ସେ ତାଙ୍କ ଶୋ ‘କମେଡି ନାଇଟ୍ସ ୱିଥ କପିଲ’ରେ କପିଲଙ୍କ ସହ କାମ କରିଥିଲେ। ଏହାପୂର୍ବରୁ ଦୁହେଁ ୨୦୧୧ରେ ଟିଭି ଶୋ’ ‘କାହାନି କମେଡି ସର୍କସ କି’ରେ ଏକାଠି କାମ କରିଥିଲେ।

 

View this post on Instagram

 

A post shared by Krushna Abhishek (@krushna30)

The post କପିଲଙ୍କ ଶୋ’ରୁ ସୁମୋନା ଆଉଟ୍‌? appeared first on Odisha Reporter.



from Odisha Reporter https://ift.tt/3kFftq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages