ନୂଆଦିଲ୍ଲୀ: ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କଂଗ୍ରେସରେ ସାମିଲ୍ ହେବା ନେଇ ରାହୁଲ ଗାନ୍ଧୀ ଦଳର ଶୀର୍ଷ ନେତା ମାନଙ୍କ ପରାମର୍ଶ ଲୋଡିଥିବା ସୂଚନା ରହିଛି। ନିକଟରେ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପରେ ଏଭଳି ଆଶଙ୍କା କରାଯାଉଥିଲା।
ଜୁଲାଇ ୨୨ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକରେ କଂଗ୍ରେସ ନେତା ଏକ ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖାଡଗେ, କେସି ବେଣୁଗୋପାଳ, କମଲନାଥ ଏବଂ ଅମ୍ୱିକା ସୋନୀ ସହିତ ଅନ୍ୟାନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।
ଏହି ବୈଠକରେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ୍ କରିବା ନେଇ ରାହୁଲ ଦଳୀୟ ନେତାଙ୍କ ମତାମତ ମାଗିଥିବା ଜଣାପଡ଼ିଛି। ଯଦି ଦଳୀୟ ନେତା ପ୍ରଶାନ୍ତଙ୍କୁ ଦଳରେ ସାମିଲ୍ କରିବା ନେଇ କୌଣସି ଆପତ୍ତି ନରଖିବେ ତାହାଲେ କଂଗ୍ରେସରେ ପ୍ରଶାନ୍ତ ସାମିଲ୍ ହେବେ। ଆଉ ଦଳର ମହାସଚିବ ଭାବରେ ଦାୟିତ୍ୱ ଦିଆଯାଇପାରେ।
ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ ଭେଟିବା ବେଳେ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ କିଭଳି କଂଗ୍ରେସ ଆଗକୁ ବଢ଼ିବ ସେ ନେଇ ଏକ ବିସ୍ତୃତ ରୋଡ ମ୍ୟାପ ଦେଖାଇ ଥିଲେ। ଏହି ବୈଠକ ଜୁଲାଇ ୧୫ରେ ହୋଇଥିଲା। ପରେ ରାହୁଲ ଗାନ୍ଧୀ ଜୁଲାଇ ୨୨ରେ ପ୍ରଶାନ୍ତଙ୍କୁ ଦଳରେ ସାମିଲ୍ କରିବା ନେଇ ମତାମତ ମାଗିଛନ୍ତି।
ତେବେ ପ୍ରଶାନ୍ତ କିଶୋର ଯେଉଁ ପ୍ରେଜେନଟେନସନ ଦେଖାଇଥିଲେ ତାକୁ ନେଇ ରାହୁଲ ଗାନ୍ଧୀ ସକାରାତ୍ମକ ଥିବା କୁହାଯାଉଛି। କଂଗ୍ରେସ ମଧ୍ୟ ତାଙ୍କୁ ଦଳର ପରାମର୍ଶଦାତା ଭାବରେ ରଖିବାକୁ ଆଶା ରଖିଛି। ମୁଖ୍ୟତଃ ବିନା କଂଗ୍ରେସରେ ନରେନ୍ଦ୍ର ମୋଦିଙ୍କୁ ହରାଇବା କଷ୍ଟକର ବ୍ୟାପାର ହେବ। ତେଣୁ ବିଭିନ୍ନ ଆଞ୍ଚଳିକ ଦଳ ସହ ମିଶି ବିଜେପି ସରକାରକୁ ଚେକ୍ ଦେଇହେବ ବୋଲି ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ କହିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ୨୦୧୪ରେ ସାଧାରଣ ନିର୍ବାଚନ ଲଢ଼ିବା ବେଳେ ପ୍ରଶାନ୍ତ କିଶୋର ତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରୁସ୍ତୁତ କରିଥିଲେ। ଆଉ ମୋଦି ବିଜୟୀ ହୋଇଥିଲେ। ଏହାପରେ ପ୍ରଶାନ୍ତ କିଶୋର ବିଜେପି ସହ ଆଉ କୌଣସି ଚୁକ୍ତି ନକରି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଏହାପରେ ସେ ଜେଡିୟୁରେ ସାମିଲ ହୋଇଥିଲେ। ହେଲେ ଦଳର ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ବହିଷ୍କୃତ କରିଥିଲେ। ନିକଟରେ ପ୍ରଶାନ୍ତ ପଶ୍ଚିମଙ୍ଗରେ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଛନ୍ତି।
The post କଂଗ୍ରେସରେ ସାମିଲ୍ ହୋଇପାରନ୍ତି ପ୍ରଶାନ୍ତ କିଶୋର appeared first on Odisha Reporter.
from Odisha Reporter https://ift.tt/3BRcLUO
No comments:
Post a Comment