୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସାମାନ୍ୟ କଳହରୁ ଉନ୍ମତ୍ତ କାଣ୍ଡ ଘଟାଇଲେ ମଦ୍ୟପ ପଡ଼ୋଶୀ। କ୍ରୋଧ ଚରମ ସୀମାରେ ପହଞ୍ଚିଯିବାରୁ ହିତାହିତ ଜ୍ଞାନ ଭୁଲି ଏକ ୧୦ ବର୍ଷର ନାବାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି।  ମରଣାତ୍ନକ ଆକ୍ରମଣ ଯୋଗୁ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲ ମାଝି । ଅନିଲକୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ବଡ଼ ଭାଇ ଓ ଅନ୍ୟ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ କାଣ୍ଡ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ ବୁଧବାର ଅପରାହ୍ନରେ ଘଟିଛି।

ସୂଚନାଯୋଗ୍ୟ, ଭଟାଗୁଡା ଗ୍ରାମର ଘାସିରାମ ମାଝୀ ଓ ଜୟସିଂ ଜାନୀ (୪୨) ପଡ଼ୋଶୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ଗତକାଲି ପୁଣି ଥରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ପୁଅ ଅନିଲକୁ ଗୋଡ଼ାଇ  ଗୋଡ଼ାଇ ହାଣିଥିଲେ।

ଅନିଲଙ୍କୁ ବଞ୍ଚାଇବାକୁ ତାଙ୍କ ବଡ଼ ଭାଇ ଦେବାନନ୍ଦ ଚେଷ୍ଟା କରିବାରୁ ଜୟସିଂ ତାଙ୍କୁ ଧନୁତୀରରେ ଆକ୍ରମଣ କରିଥିଲେ। ଦେବାନନ୍ଦଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଥୁଆମୁଳ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କେବଳ ସେତିକି ନୁହେଁ, ଜୟସିଂଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ବୃଦ୍ଧ ତାମା ଜାନୀଙ୍କୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି।  ଏଥି ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି।

ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି ।  ଆଜି ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍ ଭଟାଗୁଡା ଗ୍ରାମରେ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି।

The post ୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.



from Odisha Reporter https://ift.tt/3j2tnQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages