ଭବାନୀପାଟଣା (ରାଜକୁମାର ସିଂହଦେଓ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ପିପି ଆଶୁତୋଷ ମିଶ୍ର।
ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ର ରଫାଦଫା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ସେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ମିଶ୍ର ଶ୍ରୀ ରଣାଙ୍କ ଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଆଜି ସେ ତାଙ୍କ ଟିଭି ସେଣ୍ଟର ପଡ଼ା ବାସଗୃହରେ ଲକ୍ଷେ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିବା ସହିତ ପିପି ଆଶୁତୋଷ ମିଶ୍ରଙ୍କ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ପିପି appeared first on Odisha Reporter.
from Odisha Reporter https://ift.tt/3wfuP6Q
No comments:
Post a Comment