ପ୍ରେମରେ ଧୋକା ଖାଇ ବନିଗଲେ ‘ବେୱଫା ଚା’ ବାଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

ପ୍ରେମରେ ଧୋକା ଖାଇ ବନିଗଲେ ‘ବେୱଫା ଚା’ ବାଲା’

ଭୋପାଲ: ପ୍ରେମରେ ଧୋକା ଖାଇ କିଏ ସଫଳ ହୁଏ ତ ଆଉ କିଏ ବିଫଳ। ସେହିପରି ନିଜ ପ୍ରେମିକାକୁ ଭୁଲିବା ପାଇଁ କେହି କେହି କେତେ କ’ଣ କରି ପକାନ୍ତି। କିନ୍ତୁ ନିକଟରେ ଜଣେ ଏଭଳି ପ୍ରେମିକ ସାମ୍ନାକୁ ଆସିଛନ୍ତି, ଯିଏ କି ପ୍ରେମରେ ଧୋକା ଖାଇ ବନିଯାଇଛନ୍ତି ବେୱଫା ଚା’ ବାଲା।

ମଧ୍ୟପ୍ରଦେଶ ବୈତୁଲ ଶାହାପୁର ଡୋଡରାମୋହ ଗାଁର ମଙ୍ଗଲ ସିଂହ । ସେ ଗାଁର ଜଣେ ଯୁବତୀଙ୍କୁ ବେଶ୍ ଭଲ ପାଉଥିଲେ। କିନ୍ତୁ ଯୁବତୀ ଜଣକ ତାଙ୍କୁ ଧୋକା ଦେଇ ଅନ୍ୟ କାହା ସହ ବିବାହ କରି ଚାଲିଯାଇଥିଲେ। ପ୍ରେମର ଧୋକ ଖାଇବା ପରେ ବେଶ୍ ଭାଙ୍ଗି ପଡିଥିଲେ ମଙ୍ଗଲ।

ପ୍ରେମର ଧୋକ ଖାଇବା ପରେ ବେଶ୍ ଭାଙ୍ଗି ପଡିଥିଲେ ମଙ୍ଗଲ

ସାଙ୍ଗସାଥୀ ଏବଂ ବନ୍ଧୁ ବାନ୍ଧବ ବୁଝାସୁଝା କରିବା ପରେ ସେ ରେଲୱେ କ୍ରସିଂ ଠାରେ ଏକ ଚା’ ଦୋକାନଟିଏ ଖୋଲିଲେ। ଆଉ ନିଜ ପ୍ରେମିକାକୁ ସବୁବେଳେ ମନେ ପକେଇବା ପାଇଁ ଏହି ଚା’ ଦୋକାନର ନାଁ ରଖିଲେ ‘ବେୱଫା ଚା’ ବାଲା’।

ମଙ୍ଗଲଙ୍କ ଏହି ଚା’ ଦୋକାନକୁ ନେଇ ଚାରିଆଡେ ଚର୍ଚ୍ଚା। ‘ବେୱଫା ଚା’ ବାଲା’ ଦୋକାନର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଚା’ ଦୋକାନକୁ ଯିଏ ଆସୁଛି ସିଏ ସେଲ୍‌ଫି ଉଠାଇବାକୁ ଭୁଲୁ ନାହିଁ। ଏହି ଦୋକାନାର ନାଁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଚା’ ଦୋକାନକୁ ଯିଏ ଆସୁଛି ସିଏ ସେଲ୍‌ଫି ଉଠାଇବାକୁ ଭୁଲୁ ନାହିଁ।

ପ୍ରେମରେ ଧୋକା ଖାଇବା ପରେ ଏହି ଆଦିବାସୀ ଯୁବକଙ୍କ ଏଭଳି ବିଜନେସ୍ ଆଇଡିଆ ଏବେ ବେଶ୍ ଭଲ ଜମୁଛି। ମଙ୍ଗଲଙ୍କ ଦୋକାନକୁ ଯିଏ ଚା’ ପିଇବାକୁ ଯାଉଛି ସିଏ ତାଙ୍କ ପ୍ରଶଂସା କରୁଛି। ଲୋକେ କୁହନ୍ତି, ମଙ୍ଗଲ କୁଆଡେ ବେଶ୍ ଭଲ ଚା’ ବନାନ୍ତି।

The post ପ୍ରେମରେ ଧୋକା ଖାଇ ବନିଗଲେ ‘ବେୱଫା ଚା’ ବାଲା’ appeared first on Odisha Reporter.



from Odisha Reporter https://ift.tt/3j9eegI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages