ଜଳିଗଲା ସେନା ବିମାନ C-130, ୪୦ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଜଳିଗଲା ସେନା ବିମାନ C-130, ୪୦ ଗୁରୁତର

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଏହି ବିମାନରେ ମୋଟ ୮୫ ଜଣ ସେନା ଥିଲେ । C-130 ସାମରିକ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫିଲିପାଇନ୍ସର ସାମରିକ ମୁଖ୍ୟ କହିଛନ୍ତି ଯେ ବିମାନର ଧ୍ୱଂସାବଶେଷରୁ ଅତି କମରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେପରି ଅଧିକରୁ ଅଧିକ ସେନାଙ୍କ ଜୀବନ ରକ୍ଷା କରାଯାଇପାରିବ ସେଥିପାଇଁ ଆମେ ଚେଷ୍ଟା କରୁଛୁ। ତେବେ ଏହି ଦୁର୍ଘଟଣା କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

The post ଜଳିଗଲା ସେନା ବିମାନ C-130, ୪୦ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3qIQmUq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages