ରାଜଙ୍କ ଟାର୍ଗେଟରେ ଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ରାଜଙ୍କ ଟାର୍ଗେଟରେ ଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ, ହେଲେ…

ମୁମ୍ବାଇ: ଅଧୁରା ରହିଗଲା ରାଜ କୁନ୍ଦ୍ରାଙ୍କ ସ୍ୱପ୍ନ। ତା ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଗଲେ। ନିଜ ହଟ୍‌ସଟ୍ସ ଆପ୍‌ ପାଇଁ ବିଗ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ। ଏହାର ଖୁଲାସା କରି ରାଜଙ୍କ ପ୍ଲାନିଂ ସମ୍ପର୍କରେ ବଖାଣିଛନ୍ତି ସାଗରିକା ସୁମନ ନାମ୍ନୀ ମଡେଲ।

ସାଗରିକା ସୁମନଙ୍କ କହିବାନୁଯାୟୀ, ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ।   ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍‌ ବସ୍‌ ପ୍ରତିଯୋଗୀ ଯେଉଁମାନେ ବିଜନେସ୍‌ ସୁଟ୍‌ରେ ଯାଉଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜ୍‌ଙ୍କ କମ୍ପାନୀ। ହେଲେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରି ନ ଥିଲା। ଏହାପରେ ଗତ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା।

ଏହାବାଦ ବେଶି ଫିଲ୍ମରେ ନଜର ନ ଆସି ବି  ଅଧିକାଂଶ ସମୟରେ ଲାଇମଲାଇଟ୍‌ରେ ରହୁଥିବା  ସେଲିନା ଜେଟଲି, କିମ୍‌ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି   ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍‌ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍‌।  ଏହାପରେ ରାଜଙ୍କ କମ୍ପାନୀ ପକ୍ଷରୁ ଅର୍ସି ଖାନକୁ ଆପ୍ରୋଚ କରାଯାଇଥିଲା। ଅର୍ସି ପୂର୍ବରୁ ହଟସଟ୍ସ ପାଇଁ ହୋଷ୍ଟିଂ ଓ ଆଙ୍କରିଂ କରି ସାରିଥିଲେ। ମାତ୍ର ଏଥର ତାଙ୍କୁ ଲାଇଫ୍‌ ଷ୍ଟ୍ରିମିଂ ପାଇଁ ପ୍ରପୋଜାଲ ଦିଆଯାଇଥିଲା। ଏପିସୋଡ଼ ପିଛା ୨ ଲକ୍ଷ ଦେବାକୁ କୁହାଯାଇଥିବା ବେଳେ ଅର୍ସି ୫ ଲକ୍ଷ ଦାବି କରିଥିଲେ। ଫଳରେ ଏହି ପ୍ରୋଜେକ୍ଟ ବି ଅଧୁରା ରହିଗଲା।

ସୂଚନାଯୋଗ୍ୟ,   ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦାଙ୍କ ପିଛା ଛାଡ଼ୁନି ବିବାଦ। ଦିନକୁ ଦିନ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଛି। କିଏ ରାଜଙ୍କ ବିରୋଧରେ ସୋଶାଲ ମିଡିଆରେ ପୋଷ୍ଟ କରୁଛି ତ କିଏ ଟ୍ୱିଟ କରି ନିଜେ ସମ୍ମୁଖୀନ ହୋଇଥିବା ପରିସ୍ଥିତିକୁ ଲୋକଙ୍କ ସମ୍ମଖରେ ବଖାଣୁଛି। ପୂର୍ବରୁ ପୁନମ ପାଣ୍ଡେ, ସେର୍‌ଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ   ସାଗରିକା ସୁମନ  କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେଖାଯାଉ କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରୁଛି ନା ନାହିଁ।

The post ରାଜଙ୍କ ଟାର୍ଗେଟରେ ଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ, ହେଲେ… appeared first on Odisha Reporter.



from Odisha Reporter https://ift.tt/3BLpfNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages