ମାଲକାନଗିରି(ଜିତେନ୍ଦ୍ର ବେଉରା): ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍ରେ ବିପଦ ସଙ୍କେତ ଛୁଇଁଲା ଗୋଦାବରୀ ନଦୀ । ନଦୀର ଜଳସ୍ତର ତେଲେଙ୍ଗାନାର ଭଦ୍ରାଚଳମଠାରେ ୪୩ ଫୁଟ ଛୁଇଁବା ପରେ ପ୍ରଥମ ବିପଦ ସଂକେତ ଜାରି ହୋଇଛି । ଏବେ ୧୫ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ଷା ଲାଗି ରହିଥିବାରୁ ଗୋଦାବରୀ ନଦୀ କୁଳିଆ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି।
ଗୋଦାବରୀ ନଦୀ ସହ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସବେରୀ ନଦୀ ସିଧା ମିଶିଛି। ଏହାବାଦ ଜିଲ୍ଲାର ଛୋଟ ବଡ ନଦୀ ଗୁଡିକ ସିଲେରୁ ଓ ସବେରୀ ସହ ମିଶିଛି। ଏବେବି ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମ୍ ଥିଲେ ମଧ୍ୟ ଲାଗି ରହିଛି। କିନ୍ତୁ ବର୍ଷା ପରିମାଣ ବୃଦ୍ଧି ପାଇଲେ ଜିଲ୍ଲାର ନଦୀଗୁଡ଼ିକ ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମାଲକାନଗିରି ଜିଲ୍ଲାର ତିଲେରୁ, ସାବେରୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।
ଲଗାଣ ବର୍ଷା ଯୋଗୁ ମୋଟୁ ସମେତ ନଦୀ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
The post ଫୁଲୁଛି ଗୋଦାବରୀ, ମାଲକାନଗିରିରେ ବନ୍ୟା ଆଶଙ୍କା appeared first on Odisha Reporter.
from Odisha Reporter https://ift.tt/3BAeOfN
No comments:
Post a Comment