ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ଶୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍କୁ ଯାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ ବର୍ମା ବିଫଳ ହୋଇଛନ୍ତି। ସେ ୯୪, ୯୬, ୯୮, ୯୭, ୯୮ ଓ ୯୨ ଭଳି ସ୍କୋର କରି ୧୭ତମ ସ୍ଥାନରେ ରହିଥିଲେ।
ସେହିପରି ଟେବୁଲ୍ ଟେନିସ୍ର ମିକ୍ସଡ ଡବଲ୍ସ ରାଉଣ୍ଡ-୧୬ରେ ହାରି ଯାଇଛନ୍ତି ଭାରତୀୟ ଯୋଡ଼ି ଶରତ କମଳ ଓ ମାନିକ ବାତ୍ରା ହାରି ଯାଇଛନ୍ତି। ଜୁଡ଼ୋରେ ରାଉଣ୍ଡ ୩୨ରେ ୪୮ କେଜି ବର୍ଗରେ ସୁଶୀଳା ଦେବୀ ହାରି ଯାଇଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲରେ ଅପୂର୍ବୀ ଚାନ୍ଦେଲା ଓ ଏଲାଭେନିଲ ଭଲାରିଭାନ୍ ନିରାଶ କରିଛନ୍ତି। ସେମାନେ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି।
ଆର୍ଚେରୀ ମିକ୍ସଡ୍ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରବେଶ କରିଥିବା ବେଳେ ପୁଲ୍ ‘ଏ’ରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଛି।
The post ପଦକ ଆଶା ଦେଲେ ସୌରଭ, ଫାଇନାଲ୍ରେ ପହଞ୍ଚିଲେ appeared first on Odisha Reporter.
from Odisha Reporter https://ift.tt/2Wf8Lgy
No comments:
Post a Comment