ଆଗକୁ ରାଜସ୍ଥାନ ମନ୍ତ୍ରୀମଣ୍ଡଳ ଅଦଳବଦଳ, କଣ୍ଟା ସାଜିଛନ୍ତି ପାଇଲଟଙ୍କ ସମର୍ଥକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ଆଗକୁ ରାଜସ୍ଥାନ ମନ୍ତ୍ରୀମଣ୍ଡଳ ଅଦଳବଦଳ, କଣ୍ଟା ସାଜିଛନ୍ତି ପାଇଲଟଙ୍କ ସମର୍ଥକ

ଜୟପୁର: ସରିଲା ପଞ୍ଜାବ କଳି, ଏବେ ରାଜସ୍ଥାନ ପାଳି। ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚାଲିଛି ଜୋର୍‌ସୋରରେ ପ୍ରୟାସ। ଏହାରି ଭିତରେ ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଛି। ଏଥିରେ ୨୮ରେ ଗେହଲେଟ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସଦସ୍ୟ ଅଜୟ ମାକେନ ଏନେଇ ସୂଚନା ଦେଇଛନ୍ତି । ମାକେନ କହିଛନ୍ତି, ମନ୍ତ୍ରୀମଣ୍ଡଳ ବିସ୍ତାର ଓ ରାଜନୈତିକ ପଦରେ ନିଯୁକ୍ତି ନେଇ କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱୀକାର କରିବେ।

ଅନ୍ୟପଟେ କ୍ୟାବିନେଟ୍ ବିସ୍ତାର କଥା ଉଠିବା ପରେ ରାଜସ୍ଥାନ କଂଗ୍ରେସ ୨ ଭାଗରେ ବିଭକ୍ତ ହୋଇଛି। ବୈଠକ ପୂର୍ବରୁ ପାଇଲଟଙ୍କ ସମର୍ଥକମାନେ ହଟ୍ଟଗୋଳ କରିଛନ୍ତି। ଜୋରଦାର ନାରାବାଜି କରିବା ସହ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି। ରବିବାର ଦିନ କଂଗ୍ରେସ ଦଳର ବିଧାୟକମାନଙ୍କର ବୈଠକ ଡାକିବ ବୋଲି ପୂର୍ବରୁ ରିପୋର୍ଟ କରାଯାଇଥିଲା। କିନ୍ତୁ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ବୈଠକକୁ ଡକା ନ ଯିବାରୁ ହଟ୍ଟଗୋଳ ହୋଇଥିଲା।

ସେପଟେ ଅଜୟ ମାକେନ କହିଛନ୍ତି, ସେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ବନ୍ଧରେ ନିଷ୍ପତ୍ତି ଘୋଷଣା କରିବେ। ଜିଲ୍ଲା ଓ ବ୍ଲକ ସ୍ତରରେ ଦଳର ନେତୃତ୍ୱ ନିଯୁକ୍ତି ନେଇ ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ଗ୍ରହଣ କରାଯିବ। ଏନେଇ ଜୁଲାଇ ୨୮ ଓ ୨୯ ତାରିଖରେ ସେ ପୁଣି ରାଜସ୍ଥାନ ଆସିବେ ବୋଲି କହିଛନ୍ତି।

ଆସନ୍ତା ସପ୍ତାହରେ ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଏନେଇ ଅଶା କରାଯାଉଛି। ଏହାପରେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟାଇବାକୁ ବି ଦଳ ହାଇକମାଣ୍ଡ ଓ ରାଜ୍ୟ ପ୍ରଭାରୀ ନିଷ୍ପତ୍ତି ନେବେ।

ଜୁଲାଇ ୨୮ ତାରିଖ ଦିନ କ୍ୟାବିନେଟ୍ ସମ୍ପ୍ରସାରଣ ସମ୍ଭାବନା ଥିବାରୁ ଜୟପୁରରେ ରହିବା ଲାଗି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ଯିବା ଆଗରୁ କେସି ବେଣୁଗୋପାଳ ଏବଂ ଅଜୟ ମାକେନ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଭେଟିବେ। ସୂଚନାଯୋଗ୍ୟ ଯେ, ଦଳ ଭିତରେ ଚାଲିଥିବା କନ୍ଦଳ ମେଣ୍ଟାଇବାକୁ ଶନିବାର ଅଜୟ ମାକେନ ଓ କେ.ସି ବେଣୁଗୋପାଳ ରାଜସ୍ଥାନରେ ପହଂଚିଥିଲେ।

ସୂଚନା ଥାଉ କି, ସୋନିଆ ଗାନ୍ଧି ଏବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ରହି ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଯୋଜନା କରିଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଅସନ୍ତୁଷ୍ଟ ନେତା ଗୁଲାମ ନବି ଆଜାଦ ଓ ସଚିନ ପାଇଲଟଙ୍କୁ ନିଯୁକ୍ତ କରି ବଢ଼ୁଥିବା କଳିରେ ପୂର୍ଣ୍ଣଛେଦ ପକାଇବାକୁ ସୋନିଆ ଚିନ୍ତା କରୁଥିବା ସୂଚନା ରହିଛି।

The post ଆଗକୁ ରାଜସ୍ଥାନ ମନ୍ତ୍ରୀମଣ୍ଡଳ ଅଦଳବଦଳ, କଣ୍ଟା ସାଜିଛନ୍ତି ପାଇଲଟଙ୍କ ସମର୍ଥକ appeared first on Odisha Reporter.



from Odisha Reporter https://ift.tt/3zMkNfZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages