‘୫ ପୁଅ ପର କଲେ, କାଳିଆ ପୁଅ ପାଖକୁ ଯାଉଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

‘୫ ପୁଅ ପର କଲେ, କାଳିଆ ପୁଅ ପାଖକୁ ଯାଉଛି’

ପୁରୀ(ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ପିଲାମାନେ ସାହାରା ହେବା ବଦଳରେ ହେଲେ ବଇରୀ। ସେବା ସୁଶ୍ରୁଷା ବଦଳରେ ମିଳିଲା ଗୋଇଠା ମାଡ଼। ଅସହ୍ୟ ହେଲା ଯନ୍ତ୍ରଣା।  ୫ ପୁଅ ଥାଇ ବି ଆଖିରୁ ଶୁଖୁନି ଲୁହ। ଶେଷରେ କାଳିଆ ପୁଅକୁ ଟିକେ ଦେଖିବାକୁ ବୃଦ୍ଧଜଣକ ବର୍ଷା ରାତିରେ ଘରୁ ଗୋଡ଼ କାଢ଼ିଲେ। ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ପୁରୀ। ଆଉ ବର୍ଷା ଯୋଗୁ ଚନ୍ଦନପୁର ନିକଟରେ ପାଦ ଅଟକି ଯାଇଥିବା ବେଳେ ଉଦ୍ଧାର କରିଥିଲେ ସ୍ୱେଚ୍ଛାସେବୀ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଦେଉଊଳିପାଟଣା ଗାଁର ଭଗବାନ ସାହୁଙ୍କୁ ବୟସ ୮୮ ଛୁଇଁଲାଣି। ୫ ପୁଅକୁ ଗୋଟିଏ ଝିଅକୁ ନେଇ ସଂସାର।   ହେଲେ ଏହା ପରେ ବି ନିଜର ବୋଲି ତାଙ୍କର କେହି ନାହିଁ। ପୁଅ ବୋହୂ ନାତିନାତୁଣୀ ମେଳରେ ହସଖୁସିରେ ଜୀବନ କଟିବା ସମୟରେ ସେ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା।

କାଳିଆକୁ ନିଜ ଗୁହାରୀ ଜଣାଉଛନ୍ତି ଭଗବାନ ସାହୁ।

ପୁଅ, ବୋହୂ ତାଙ୍କୁ ପଚାରୁ ନ ଥିବା ବେଳେ ଜଣେ ତ ହାତ ବି ଉଠାଇବାକୁ ପଛାଉ ନାହାନ୍ତି। ଶାନ୍ତିରେ ବଞ୍ଚିବାକୁ ଦେବାକୁ ଗୋଟିଏ ପୁଅର  ଗୋଡ଼ ଧରିବାରୁ ସେ ଗୋଇଠା ମାରିବାକୁ ବି ପଛାଇଲା ନାହିଁ।  ପୁଅ ବୋହୂଙ୍କ ଅସହ୍ୟ ଯନ୍ତ୍ରଣା ଆଉ ସହି ହେଉନି।  ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । ନିଜର ବୋଲି ଏ ଦୁନିଆରେ କେହି ନାହିଁ ବୋଲି ଭାବି ନେଇ ଶେଷରେ କାଳିଆ ପାଖକୁ ଧାଇଁଲେ ଭଗବାନ। ତାଙ୍କୁ ନିଜ ଦୁଃଖ ଜଣାଇଲେ ଶାନ୍ତି ମିଳିବ, ମୋକ୍ଷ ପ୍ରାପ୍ତି ହେବ ବୋଲି ଆଶା ବି ଥିଲା।

ଅଣ୍ଟା ସଳଖି ପାଦ ଚାଲିବାକୁ ବଳ ନ ଥିଲେ ବି ନିଜ ଦୁଃଖ ଜଣାଇବାକୁ ଘରୁ ଗୋଡ଼ କାଢ଼ି ଚନ୍ଦନପୁରରେ ପହଞ୍ଚି  ଯାଇଥିଲେ। ମାତ୍ର ବର୍ଷା ଯୋଗୁ ଚନ୍ଦନପୁର ବାଇପାସ୍‌ ନିକଟରେ ଅନ୍ଧାର ରାତିରେ ଅଟକି ଯାଇଥିଲେ। ସେଠାରେ ସ୍ୱେଚ୍ଛାସେବୀ କୁଶଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଉଦ୍ଧାର କରାଯାଇଛି।

ସ୍ୱେଚ୍ଛାସେବୀ ଭଗବାନଙ୍କୁ ଉଦ୍ଧାର କରୁଛନ୍ତି।

ବସ ଟ୍ରେନ ଯାଉ ନ ଥିବା ବେଳେ ଚାଲି ଚାଲି କାହିଁକି ଯାଉଛ ବୋଲି ପଚାରିବାକୁ ସମ୍ଭାଳିପାରିଲେନି କୋହ। ୫ ପୁଅ ପର କଲେ ଏବେ କାଳିଆ ପୁଅ ପାଖକୁ ଯାଉଛି ବୋଲି କହି ବଖାଣିଥିଲେ ନିଜ ହୃଦୟର କୋହ।  ଏବେ ତାଙ୍କୁ  ବୀରପ୍ରତାପପୁରଠାରେ ଥିବା ନୀଳାନ୍ଦ୍ରି ନିଳୟଠାରେ ରଖାଯାଇଛି।

https://ift.tt/3x01IoI

The post ‘୫ ପୁଅ ପର କଲେ, କାଳିଆ ପୁଅ ପାଖକୁ ଯାଉଛି’ appeared first on Odisha Reporter.



from Odisha Reporter https://ift.tt/3x6A8WB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages