ମୋବାଇଲ ନମ୍ୱର ଭଳି ବଦଳ କରି ହେବ ବିଦ୍ୟୁତ୍ ସେବା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ମୋବାଇଲ ନମ୍ୱର ଭଳି ବଦଳ କରି ହେବ ବିଦ୍ୟୁତ୍ ସେବା !

ନୂଆଦିଲ୍ଲୀ: ମୋବାଇଲ ନମ୍ୱର ବଦଳାଇବା ପାଇଁ ଯେମିତି ପୋର୍ଟିଂ ସୁବିଧା ରହିଛି ସମାନ ସୁବିଧା ଏବେ ବିଦ୍ୟୁତ ଗ୍ରାହକ ମାନେ ପାଇବେ। କେନ୍ଦ୍ରର ମୋଦି ସରକାର ବିଦ୍ୟୁତ ସେବାକୁ ସହଜ ଓ ସରଳ କରିବାକୁ ଯାଇ ଚଳିତ ମୌସୁମୀ ଅଧିବେଶନରେ ବିଦ୍ୟୁତ (ସଂଶୋଧନ) ବିଲ୍,  ୨୦୨୧ ଆଣିବାକୁ ଯାଉଛନ୍ତି। ଏଭଳି ହେଲେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ମିଳିବ। କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢିବ କିଭଳି ଲୋକଙ୍କୁ କମ୍ ଦାମରେ ଭଲ ସୁବିଧା ଯୋଗାଇପାରିବେ।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଆଗରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ସରକାର ଚାହୁଁଛନ୍ତି। ଅଗଷ୍ଟ ୧୩, ୨୦୨୧ରେ ମୌସୁମୀ ଅଧିବେଶନ ଶେଷ ହେବ। ଏହା ପୂର୍ବରୁ ଜୁଲାଇ ୧୨ରେ ସରକାର ଜାରି କରିଥିବା ଲୋକସଭାର ବୁଲେଟିନ୍ ଅନୁଯାୟୀ, ବିଦ୍ୟୁତ୍ (ସଂଶୋଧନ) ବିଲ୍ ସମେତ ୧୭ ଟି ବିଲ୍ ରହିଛି। ଯାହାକୁ ସରକାର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି।

ଏଭଳି ସଂଶୋଧିତ ବିଦ୍ୟୁତ୍ ବିଲ୍ ଆଗତ ହେଲେ ଡିଷ୍ଟ୍ରିବ୍ୟୁସନ ବ୍ୟବସାୟରୁ ଲାଇସେନ୍ସ ରାଜ ହଟିବ ଏବଂ କମ୍ପାନୀ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହେବ। ଏହା ସହିତ Appellate Tribunal for Electricity (APTEL) ଏବଂ Renewal Energy Obligation (RPO)କୁ ମଜବୁତ କରାଯିବ।

ସୂଚନାଯୋଗ୍ୟ, ଜୁଲାଇରେ ଶକ୍ତି ଏବଂ ନବୀକରଣ ମନ୍ତ୍ରୀ ଆର.କେ ସିଂ କହିଥିଲେ ଯେ ଏହି ବିଲ୍ ବିଦ୍ୟୁତ୍ ବଣ୍ଟନରୁ ଲାଇସେନ୍ସ ରାଜ ଶେଷ କରିବାକୁ ଚାହୁଁଛି। ବିଦ୍ୟୁତ୍ ଉତ୍ପାଦନ ପରି ବିଦ୍ୟୁତ୍ ବିତରଣକୁ ଲାଇସେନ୍ସ  ରାଜ ମୁକ୍ତ କରିବାକୁ ଆମେ ପ୍ରସ୍ତାବ ଦେଇଥିଲୁ। ଏହି ବିଲକୁ ସମସ୍ତ ମନ୍ତ୍ରାଳୟ ଅନୁମୋଦନ ଦେଇଛି କିନ୍ତୁ ଆଇନ ମନ୍ତ୍ରଣାଳୟ ପାଖରେ ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ ରହିଛି।

The post ମୋବାଇଲ ନମ୍ୱର ଭଳି ବଦଳ କରି ହେବ ବିଦ୍ୟୁତ୍ ସେବା ! appeared first on Odisha Reporter.



from Odisha Reporter https://ift.tt/3rAaI2s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages