ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଲାଙ୍ଗିର ଲର୍କିପାଲି ଏଲଆଇ ଟ୍ରେନିଂ ସେଣ୍ଟରରେ ପୁଲିସର ତଦନ୍ତ ଅରମ୍ଭ। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୁଲିସ ପଚରାଉଚରା କରିଛି। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ ବ୍ୟାଚଲର ପାର୍ଟି ନୁହେଁ, ବିବାହ ଭୋଜି ଥିବା କହିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ।

ତେବେ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ସିଲ୍ କରିଛି ପୁଲିସ। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବା କହିଛି ପୁଲିସ ଟିମ୍। ତାଲା ପଡ଼ିଥିବା ରୁମକୁ ସିଲ୍ କରାଗଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।

ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ବାହାଘର ପରେ ବୋହୂ  ବିଦ୍ୟାଭାରତୀ ବଲାଙ୍ଗିରରେ ଗୋଟିଏ ବ୍ୟାଚଲର ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ। କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ।  ସୌମ୍ୟରଞ୍ଜନ ସେଠାରୁ ଫେରି ଆସିବା ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା। ବିଦ୍ୟାଭାରତୀ ସେହି ମେସେଜରେ ଟଙ୍କା ପଠାଇବାକୁ କହିଥିଲେ। ହେଲେ ଟଙ୍କା ନଥିବା ସୌମ୍ୟରଞ୍ଜନ କହିଥିଲେ। କିନ୍ତୁ ଟଙ୍କା ନ ପଠାଇଲେ କିଛି ଫଟୋ ପଠାଇବେ ବୋଲି ବୋହୂ ଧମକ ଦେଇଥିଲେ।

ଆଉ ତା’ ପରେ ପରେ ଏକ ଫଟୋ ସୌମ୍ୟରଞ୍ଜନଙ୍କ ମୋବାଇଲ୍‌କୁ ଆସିଥିଲା। ସେଥିରେ ବୋହୂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୁଣ୍ଢେଇ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଏବେବି ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ରେ ଅଛି ବୋଲି ତାଙ୍କ ମାମୁ କହିଛନ୍ତି। ବଲାଙ୍ଗିରରେ ବ୍ୟାଚ୍‌ଲର ପାର୍ଟି କରିବା ଅବସରରେ ବିଦ୍ୟାଭାରତୀ କେଉଁଠି ରହିଥିଲେ ଓ ସେଠାରେ କ’ଣ ଘଟିଥିଲା ପୁଲିସ୍‌ ତା’ର ତଦନ୍ତ କରୁ ବୋଲି ସୌମ୍ୟରଞ୍ଜନଙ୍କ ମାମୁଁ ଦାବି କରିଛନ୍ତି।

The post ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍ appeared first on Odisha Reporter.



from Odisha Reporter https://ift.tt/3zDifk9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages