ବର୍ଲିନ: ମହାମାରୀ କରୋନାର ନୂଆ ରୂପ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ପ୍ରଭାବିତ ଭାରତୀୟ ଯାତ୍ରୀଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇଛି ଜର୍ମାନୀ। ଭାରତ ସହ ବ୍ରିଟେନ ଓ ପର୍ତ୍ତୁଗାଲ ଉପରେ ଲାଗିଥିବା କଟକଣା ମଧ୍ୟ ହଟାଇ ଦିଆଯାଇଥିବା ଜର୍ମାନୀର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରବର୍ଟ କୋଚ ଇନଷ୍ଟିଚ୍ୟୁଟ(ଆରକେଆଇ) କହିଛି ଯେ ଭାରତ, ନେପାଳ, ରୁଷ, ପର୍ତ୍ତୃଗାଲ ଓ ବ୍ରିଟେନକୁ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରଖାଯାଇଥିଲା। ତେବେ ବୁଧବାର ଠାରୁ ଏହାକୁ ବଦଳାଇ ଦିଆଯିବ। ଏହି ପରିବର୍ତ୍ତନ ଦ୍ୱାରା ଉପରୋକ୍ତ ଦେଶର ଲୋକମାନେ ଜର୍ମାନୀକୁ ଆସିପାରିବେ।
ତେବେ ସେମାନଙ୍କୁ କ୍ୱାରେଣ୍ଟାଇନ ଓ ଟେଷ୍ଟିଂ ନିୟମକୁ ପାଳନ କରିବାକୁ ପଡ଼ିବ। ଯେଉଁ ଯାତ୍ରୀମାନେ ଏହାକୁ ପାଳନ କରିବେ, ସେମାନଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିବ। କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟ ଦ୍ୱାରା ପ୍ରଭାବିତ ରାଷ୍ଟ୍ରଗୁଡ଼ିକୁ ଜର୍ମାନୀ ‘ଭାଇରସ ଭାରିଏଣ୍ଟ କଣ୍ଟ୍ରୀ’ ତାଲିକାରେ ରଖିଥିଲା। ଜର୍ମାନୀରେ ଯେମିତି କରୋନାର ନୂଆ ରୂପ ନ ବ୍ୟାପିବ, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, କରୋନାର ଡେଲ୍ଟା ଭାରିଏଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା। ଏହାପରେ ବିଶ୍ୱର ୧୦୦ରୁ ଅଧିକ ଦେଶରେ ଏହା ଚିହ୍ନଟ ହୋଇଛି। କରୋନାର ପୂର୍ବ ଭାରିଏଣ୍ଟଗୁଡ଼ିକ ତୁଳନାରେ ଡେଲ୍ଟା ଅଧିକ ମାରାତ୍ମକ ଓ ଏହାଦ୍ୱାରା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଥାଏ। ଭାରତରେ କରୋନାର ଦ୍ୱିତୀୟ ୱେଭ ସାଂଘାତିକ ରୂପ ସୃଷ୍ଟି କରିବା ପଛରେ ଡେଲ୍ଟା ଭାରିଏଣ୍ଟ ହିଁ ରହିଥିଲା।
The post ଭାରତ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇଲା ଜର୍ମାନୀ appeared first on Odisha Reporter.
from Odisha Reporter https://ift.tt/3AzcVzg
No comments:
Post a Comment