ଖୁବଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ ସ୍ପୁଟନିକ-ଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଖୁବଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ: ରୁଷରେ ନିର୍ମିତ କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଏବେ କେବଳ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ସରକାରୀ କେନ୍ଦ୍ରରେ ମାଗଣାରେ ମିଳୁଛି। ଏହି ମାଗଣା ଟିକା ତାଲିକାରେ ସ୍ପୁଟନିକ ମଧ୍ୟ ଯୋଡ଼ି ହେବ। କେନ୍ଦ୍ର ସରକାର କୋଭିଡ-୧୯ ୱାର୍କିଂ ଗ୍ରୁପ୍ର ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସ୍ପୁଟନିକ-ଭି କେବଳ ଘରୋଇ ହସ୍ପିଟାଲରେ ମିଳୁଛି। ଲୋକମାନେ ଟଙ୍କା ଦେଇ ଏହି ଟିକାର ଡୋଜ୍‌ ନେଉଛନ୍ତି। ଆଗକୁ ଏହା ସରକାରୀ ଟିକାକରଣ କେନ୍ଦ୍ରରେ ଅନ୍ୟ ଦୁଇ ଟିକା ଭଳି ଉପଲବ୍ଧ ହେବ। ସପ୍ଲାଏକୁ ଦୃଷ୍ଟିରେ ରଖି କେଉଁଠି ଓ କେତେ ପରିମାଣର ଟିକା ଉପଲବ୍ଧ ହେବ, ତା’ର ନିଷ୍ପତ୍ତି ନିଆଯିବ।

ସେହିପରି ଏହା ପାଇଁ ସ୍ୱତନ୍ତ୍ର ଶୀତଳ ଭଣ୍ଡାରର ଆବଶ୍ୟ ରହିଛି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଭଳି ଲୋକଙ୍କୁ ମାଗଣାରେ ସ୍ପୁଟନିକ ଭି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।”

ସ୍ପୁଟନିକ-ଭି ଟିକାକୁ ବିଯୁକ୍ତ ୧୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହିଁ ସଂରକ୍ଷିତ କରି ରଖାଯାଇପାରିବ। ଅରୋରା କହିଛନ୍ତି, ପୋଲିଓ ଟିକାକୁ ସଂରକ୍ଷିତ କରି ରଖାଯାଉଥିବା କୋଲ୍ଟ ଚେନ୍‌ ବ୍ୟବସ୍ଥାରେ ସ୍ପୁଟନିକ-ଭିକୁ ରଖାଯାଇ ପାରିବ। ଦେଶର ଗ୍ରାମାଞ୍ଚଳରେ ମଧ୍ୟ ଏହି ଟିକାକୁ ଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।

ଦେଶରେ ଟିକାକରଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କିଛି ସ୍ଥାନରେ ଟିକାକରଣ ପ୍ରକ୍ରିୟା ଧିମା ଚାଲିଛି। ସେଠାରେ ପୋଲିଓ ପାଇଁ ଟିକାକରଣ ଚାଲିଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ ଟିକାକରଣକୁ ସେସବୁ ସ୍ଥାନରେ ଆହୁରି ଜୋରଦାର କରାଯିବ।

ବର୍ତ୍ତମାନ ସୁଦ୍ଧା ୩୪ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇ ସାରିଥିବା ବେଳେ ଜୁଲାଇ ଶେଷ ବେଳକୁ ଆଉ ୧୨ରୁ ୧୪ କୋଟି ଡୋଜ୍‌ର ଟିକାକରଣ ହେବ। କେନ୍ଦ୍ର ସରକାର ଜାନୁଆରୀ ମାସରେ ଟିକାକରଣ ଆରମ୍ଭ ହେବା ବେଳେ ଜୁଲାଇ ଶେଷ ସୁଦ୍ଧା ୫୦ କୋଟି ଡୋଜ୍‌ର ଟିକାକରଣ ହେବ ବୋଲି କହିଥିଲେ। ସେହି ଅନୁସାରେ କାମ କରାଯାଉଥିବା ସେ କହିଛନ୍ତି।

The post ଖୁବଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ ସ୍ପୁଟନିକ-ଭି appeared first on Odisha Reporter.



from Odisha Reporter https://ift.tt/3yqHd5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages