ଆଜିଠୁ ଗଡ଼ିବ OSRTC ବସ୍; ସିଟ୍‌ ଯେତିକି, ଯାତ୍ରୀ ବି ସେତିକି ଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଆଜିଠୁ ଗଡ଼ିବ OSRTC ବସ୍; ସିଟ୍‌ ଯେତିକି, ଯାତ୍ରୀ ବି ସେତିକି ଯିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ପ୍ରାୟ ୨ ମାସ ହେବ ଠପ୍‌ ହୋଇଯାଇଥିବା ବସ୍‌ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି। ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବା ବେଳେ ଆଜିଠୁ ଏହି ସବୁ ଜିଲ୍ଲାରେ  ଗଡ଼ିବ OSRTC ବସ୍।

କାଟାଗୋରୀ-Aରେ ଥିବା ଜିଲ୍ଲାରେ ଆଜିଠୁ ୪୩ଟି ରୁଟ୍‌ରେ ଗଡିବ OSRTC ବସ୍ । ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ । ଏହି ସବୁ  ଜିଲ୍ଲାରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଯାତ୍ରା କରିବା ସମୟରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି  ।

ଏହି ସବୁ ରୁଟ୍‌ ମଧ୍ୟରେ ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ବଲାଙ୍ଗିର-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣପୁର, ଭବାନୀପାଟଣା-ମୋଟୁ, କେନ୍ଦୁଝର-ବଲାଙ୍ଗିର ରୁଟ୍ ଆଦି ରହିଛି।

ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ  ଏ ଯାଏ ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ।

ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼ ବସଷ୍ଟାଣ୍ଡରେ ହଜାର ହଜାର ବସ୍ ଖତ ଖାଉଛି। ଦିନେ ଜନଗହଳିରେ ଫାଟି ପଡୁଥିବା ବସଷ୍ଟାଣ୍ଡ୍ ଅଞ୍ଚଳ ସରକାରଙ୍କ ଘୋଷଣା ପରେ ଏବେ ବି ଖାଁ ଖାଁ। ସ୍ଥିତି ପୂର୍ବରୁ ଯାହା ଥିଲେ ଏବେ ବି ପ୍ରାୟ ସେପରି ରହିଛି।

ସରକାର କେବଳ ୨୦ଟି ଜିଲ୍ଲାରେ ବସ୍ ସେବାକୁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ପ୍ରତିବନ୍ଧକ ହଟାଇ ନାହାନ୍ତି। କଟକଣାଯୁକ୍ତ ଜିଲ୍ଲା ଭିତରେ ଉଭୟ କଟକ ଓ ଭୁବନେଶ୍ୱର ଆସୁଥିବାରୁ ବାଦାମବାଡ଼ି ଓ ବରମୁଣ୍ଡାକୁ ଆସି ପାରୁନି ବସ୍। ସେହିଭଳି ଆନ୍ତଃରାଜ୍ୟ ରୁଟରେ ମଧ୍ୟ ବସ୍ ଚଳାଚଳକୁ ଅନୁମତି ନଥିବାରୁ ଲଙ୍ଗ ରୁଟ୍ ସେବା ଆରମ୍ଭ ହୋଇପାରୁନି।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ଲୋକେ ବାହାରକୁ ବାହାରିବାକୁ ଏବେ ବି ଡରୁଥିବା ବେଳେ ବସ୍ ଯାତ୍ରାକୁ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ପରେ ତେଲ ଦର ବି ଆକାଶ ଛୁଆଁ ହୋଇଛି। ତେଣୁ ବସ୍ ମାଲିକମାନେ ବ୍ୟବସାୟରେ ନିଶ୍ଚିତ କ୍ଷତିକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏପଟେ ବସ୍ ପାଇଁ ୩ ମାସର ଟିକସ ଛାଡ଼ ହୋଇଛି। ବସ୍‌ ଚଳାଚଳକୁ ସ୍ୱାଭାବିକ କରିବାକୁ  ଆଗକୁ ଆଉ କିଛି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

The post ଆଜିଠୁ ଗଡ଼ିବ OSRTC ବସ୍; ସିଟ୍‌ ଯେତିକି, ଯାତ୍ରୀ ବି ସେତିକି ଯିବେ appeared first on Odisha Reporter.



from Odisha Reporter https://ift.tt/3AAitKe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages