କଟକ(ଓଡ଼ିଶା ରିପୋର୍ଟର): ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ । ଦୀର୍ଘ ବର୍ଷ ପରେ ଅବସରକାଳଳୀନ ପ୍ରାପ୍ୟ ପାଇବା ପାଇଁ ଜଣେ ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଛି ନ୍ୟାୟ।
ଟାଇମ ବାଉଣ୍ଡ ଆଡଭାନ୍ସମେଣ୍ଟ ସ୍କେଲ ହାରରେ ଦରମା ପାଇବା ଲାଗି ୧୯୯୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଲେପୁର ଅଞ୍ଚଳର ଶିକ୍ଷକ ପ୍ରଫୁଲ ଚନ୍ଦ୍ର ମହାନ୍ତି । ୨୦୦୪ରେ ପ୍ରଫୁଲଙ୍କ ଆବେଦନର ରାୟ ପ୍ରକାଶ କରିଥିଲେ କୋର୍ଟ । ଚାକିରି ଜୀବନର ୧୫ ବର୍ଷ ପୂରଣ ହୋଇଥିବାରୁ ତାଙ୍କର ଦରମା ଧାର୍ଯ୍ୟ ସହ ପେନସନ ଓ ଅବସରକାରୀଳନ ପ୍ରାପ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଚ୍ୟାଳେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୨୦୧୮ରେ ରାଜ୍ୟ ସରକାରଙ୍କ ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ୨୦୧୦ରେ ପ୍ରଫୁଲଙ୍କ ଦେହାନ୍ତ ହୋଇଯାଇଥିଲା।
ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନ ହେବାରୁ ପ୍ରଫୁଲଙ୍କ ୮୩ ବର୍ଷୀୟା ପତ୍ନୀ ମୀନଲତା ମହାନ୍ତି ପୁର୍ନଃବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଶୁଣାଣି ସମୟରେ ବିଳମ୍ବିତ ପକ୍ରିୟାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ଆବେଦନକାରିଣୀଙ୍କ ବୟସ ଦୃଷ୍ଟିରୁ ଏକ ମାସ ମଧ୍ୟରେ ଅବସରକାଳୀନ ସମସ୍ତ ପ୍ରାପ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାବଦା ୨୦୦୪ରେ ହାଇକୋର୍ଟରେ ହୋଇଥିବା ଆବେଦନ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ମିଳିବ ତାହା ଉପରେ ୫ ପ୍ରତିଶତ ଏବଂ ହାଇକୋର୍ଟଙ୍କ ରାୟଠାରୁ ସୁପ୍ରିମକୋର୍ଟରେ ମାମଲା ଖାରଜ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୬ ପ୍ରତିଶତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟରେ ମାମଲା ଖାରଜ ହେବାଠାରୁ ଏ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
The post ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ, ସୁଧ ଗଣିବେ ସରକାର appeared first on Odisha Reporter.
from Odisha Reporter https://ift.tt/2UYktfd
No comments:
Post a Comment