ବାଦଲ ଫଟା ବର୍ଷା: ୪ ମୃତ, ୪୦ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ବାଦଲ ଫଟା ବର୍ଷା: ୪ ମୃତ, ୪୦ ନିଖୋଜ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ସହିତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ବୁଧବାର କିଶତ୍ୱର ଜିଲ୍ଲାର ଗୁଲବର୍ଗ ଅଞ୍ଚଳର ଗୋଟିଏ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଜମ୍ମୁ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଥିବା ଏହି ଜିଲ୍ଲାଟି ଏକ ପାହାଡ଼ିଆ ଅଞ୍ଚଳ।

ବୁଧବାର ଭୋର ୪ଟା ସମୟରେ ଜିଲ୍ଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା। ଏହାପରେ ୨୮ ଜଣ ହଠାତ ନିଖୋଜ ହୋଇଯାଇଥିଲେ। ଏବେ ଏହି ଅଞ୍ଚଳରେ କୌଣସି ମୋବାଇଲରେ ନେଟଓ୍ୱର୍କ ଆସିପାରିନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଦୁର୍ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି। ପ୍ରାଥମିକ ଭାବରେ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଏବେ ଏସଡିଆରଏଫ୍ ଟିମ୍ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତଙ୍କୁ ବିମାନ ଯୋଗେ ସେନା ଉଦ୍ଧାର କରୁଛି। ଭାରତୀୟ ବାୟୁସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହେବା ପାଇଁ କୁହାଯାଇଛି। ସେ ଟ୍ୱିଟ୍ କରି କହିଛନ୍ତି, ଜିଲ୍ଲାପାଳ ଅଶୋକ ଶର୍ମାଙ୍କ ସହ ଫୋନରେ କଥା ହୋଇଛି। ପ୍ରାଥମିକ ରିପୋର୍ଟ ଆଧାରରେ ୩୦ରୁ ୪୦ ଏଯାବତ ନିଖୋଜ ରହିଛନ୍ତି। ୪ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି ବୋଲି ଜିଲ୍ଲାପାଳ ତାଙ୍କୁ ସୂଚନା ଦେଇଥିବା କହିଛନ୍ତି। ଆହତ ମାନଙ୍କୁ ବାୟୁସେନା ବିମାନ ଜରିଆରେ ହସ୍ପିଟାଲରେ ପହଞ୍ଚାଯିବ। ପରିସ୍ଥିତି ଉପରେ ସେ ନିଜେ ମଧ୍ୟ ନଜର ରଖିଥିବା କହିଛନ୍ତି।

ଜିଲ୍ଲାର ପ୍ରମୁଖ ପୁଲିସ ଅଧିକାରୀ ଏସଏସପି ଶଫକତ ଭଟ୍ଟ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରିଛୁ। ୩୦ ରୁ ୪୦ ଜଣ ନିଖୋଜ ରହିଛନ୍ତି।

ଗତ କିଛି ଦିନ ହେବ ଜମ୍ମୁରେ ପ୍ରବଳ ବର୍ଷା ହୋଇଥିଲା। ଜୁଲାଇ ଶେଷ ସୁଦ୍ଧା କିଶତ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ରାତିରେ ଜିଲ୍ଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରିଥିଲା ଯେଉଁଥିରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଥିଲା। ଏଥିସହ ନଦୀ ଓ ଝରଣା ଗୁଡ଼ିକରେ ଜଳ ସ୍ତର ବଢ଼ିପାରେ ବୋଲି କୁହାଯାଇଛି। ଏହି ସବୁ ନଦୀ ଏବଂ ଝରଣା ପାଖରେ ରହୁଥିବା ଲୋକଙ୍କ ପାଇଁ ବିପଦ ରହିଛି ବୋଲି ପାଣିପାଗ ବିଭାଗ କହିଥିଲା। ସେହିପରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି।

The post ବାଦଲ ଫଟା ବର୍ଷା: ୪ ମୃତ, ୪୦ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3ydID3F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages