ଅମାନବୀୟ: ହସ୍ପିଟାଲ କର୍ମଚାରୀ ନ ଛୁଇଁବାରୁ ପତ୍ନୀର ମୃତଦେହକୁ ଏକା ବୋହିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଅମାନବୀୟ: ହସ୍ପିଟାଲ କର୍ମଚାରୀ ନ ଛୁଇଁବାରୁ ପତ୍ନୀର ମୃତଦେହକୁ ଏକା ବୋହିଲେ ସ୍ୱାମୀ

ଫୁଲବାଣୀ( ତ୍ରିନାଥ ସାହୁ): ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସଜାଡ଼ିବାକୁ ଏହାକୁ 5Tରେ ସାମିଲ କରାଯାଇଛି। ହେଲେ ବଦଳିନି ସ୍ଥିତି ।  ସରକାରୀ ହସ୍ପିଟାଲରେ ରୋଗୀ ସେବା ନେଇ ଏବେ ବି ଅଭିଯୋଗର ଫର୍ଦ୍ଦ ଲମ୍ବା ଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ପୃଷ୍ଠା। ଖୋଦ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଅସ୍ୱାଭାବିକ, ଅମାନବୀୟ କାଣ୍ଡ। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କର୍ମଚାରୀ ଖୁନ୍ଦି ହୋଇ ଥିବା ବେଳେ ଏକ ମୃତଦେହ ଉଠାଇବାକୁ  କେହି ଆଗେଇ ଆସିଲେନି ।

ମୃତା ମହିଳାଙ୍କ ସ୍ୱାମୀ ସମସ୍ତଙ୍କ ଆଗରେ ନେହୁରା ହେଉଥିଲେ ବି ତରଳି ନ ଥିଲା କାହାରି ହୃଦୟ। ଶେଷରେ ବ୍ୟକ୍ତିଜଣକ ଏକାକୀ ପତ୍ନୀଙ୍କ ମୃତଦହକୁ ଉଠାଇ ହସ୍ପିଟାଲ ବେଡରୁ ମହାପ୍ରୟାଣ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଅନ୍ୟମାନେ ଦେଖଣାହାରୀ ସାଜିଥିଲେ ବି କେହି ବଢ଼ାଇ ନ ଥିଲେ ସହଯୋଗର ହାତ । ଏପରି ଅମାନବୀୟ କାଣ୍ଡର ଚର୍ଚ୍ଚା ବାଟରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହି ନିଜ ଦାୟିତ୍ୱ ସାରିଛନ୍ତି  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡାକ୍ତର ଅଭୟ ପଟ୍ଟନାୟକ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ  ମୋତିଙ୍ଗିଆ ଗାଁର ବାଳକୃଷ୍ଣ କହଁର ଏମିନିଆ ରୋଗର ଶୀକାର ହୋଇଥିବା ପତ୍ନୀଙ୍କୁ ଚିକିତ୍ସା ପାଇଁ ଗତ ୨୯ ତାରିଖରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ମୃତଦେହକୁ ଉଠାଇବା ପାଇଁ ବାଳକୃଷ୍ଣ ବହୁ କାକୁତି ମିନତି ହେବା ସତ୍ତ୍ୱେ ମେଡ଼ିକାଲ୍ କର୍ମଚାରୀ ତାହାକୁ ଛୁଇଁଲେ ନାହିଁ । ଏପରିକି ପାଖରେ ଥିବା କୁନି ପିଲାକୁ ବି କେହି କାଖେଇଲେନି ।

ଶେଷରେ ସବୁ ଆଡ଼ୁ ନିରାଶ ହେବା ପରେ  ୱାର୍ଡରୁ ତଳକୁ ସିଡିରେ ଏକୁଟିଆ ବାଳକୃଷ୍ଣ ପତ୍ନୀଙ୍କ ମୃତଦେହକୁ  ଟେକି ଟେକି ନେବାର ଦୃଶ୍ୟ ଏବେ ଭାଇରାଲ୍ ହୋଇଛି ।  ବାଳକୃଷ୍ଣ ପତ୍ନୀଙ୍କ ମୃତଦେହକୁ ଏକା ଏକା ହସ୍ପିଟାଲ ବେଡରୁ ସିଡି ଦେଇ  ତଳକୁ ଆଣିବା ପରେ ଏକ ଷ୍ଟ୍ରେଚର ସହାୟତାରେ ମହାପ୍ରୟାଣ ଗାଡ଼ିରେ ନିଆଯାଇଛି । ମେଡିକାଲ ଭରସାରେ ଆସୁଥିବା ରୋଗୀକୁ ଯଦି ଏହାର କର୍ମଚାରୀ ସହାୟ ନ ହେବେ ତା’ ହେଲେ ସେ କିପରି କଲବଲ ହୁଏ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ଏପରି ଅମାନବୀୟ ଘଟଣାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡାକ୍ତର ଅଭୟ ପଟ୍ଟନାୟକ ଘଟଣାକୁ ସ୍ୱୀକାର କରିଛନ୍ତି  । ଡ୍ୟୁଟିରେ ଥିବା ଷ୍ଟାଫ ନର୍ସ ଏବଂ ହେଲ୍ପ ଡେସ୍କ କର୍ମଚାରୀ ତାଙ୍କୁ ସାହାଯ୍ୟ କରିବା କଥା। ସେମାନେ କାହିଁକି ନିଜ ଦାୟିତ୍‌ ତୁଲାଇଲେ ନାହିଁ ସେମାନଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି, ଦୃଢ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏଡିଏମଓ।

The post ଅମାନବୀୟ: ହସ୍ପିଟାଲ କର୍ମଚାରୀ ନ ଛୁଇଁବାରୁ ପତ୍ନୀର ମୃତଦେହକୁ ଏକା ବୋହିଲେ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3hoIPGg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages