ମୁମ୍ୱାଇ: ମୁମ୍ୱାଇର ଗୋଭାନ୍ଦି ଅଞ୍ଚଳରେ ଏକ କୋଠା ଭୁଶୁଡି ପଡ଼ିଛି। ଏଥିରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବର୍ଷା କାରଣରୁ କୋଠାଟି ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଅବିଶ୍ରାନ୍ତ ବର୍ଷାରେ ମାୟାନଗରୀ ଏବେ ବେହାଲ ରହିଛି। କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିଲେ। ଏବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।
ଏହାବାଦ୍ ରାୟଗଡ ଜିଲ୍ଲାର ଚାରୋଟି ସ୍ଥାନରେ ଭୂସ୍ଖଳନ ହୋଇଛି। ବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମୋଦି ଉଦ୍ଧବଙ୍କୁ ଆଶ୍ୱସନା ଦେଇଛନ୍ତି।
ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ୱାଇରେ ତିନି ଦିନ ହେବ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ରେଳ ଲାଇନ୍, ଯାତାୟତ ରାସ୍ତା ଆଦି ପାଣିରେ ବୁଡି ରହିଥିବାରୁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ବୁଧବାର ପାଣିପାଗ ବିଭାଗ ମୁମ୍ୱାଇକୁ ରେଡ୍ ଆଲର୍ଟ ଜାରି କରିଥିଲା। ଆଜି କିନ୍ତୁ ଅରେଞ୍ଜ ଆଲର୍ଟ ଜାରି କରିଛି।
ମୁମ୍ବାଇ, କୋଲହାପୁର, ନାଗପୁର ସମେତ ଅନେକ ସ୍ଥାନର ପାଣିପାଗ ଖରାପ ରହିଛି। ଅନେକ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନଡିଆରଏଫ-ଏସଡିଆରଏଫର ଟିମ୍ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ନିରାପଦ ସ୍ଥାନକୁ ନିରନ୍ତର ସ୍ଥାନାନ୍ତର କରାଯାଉଛି।
ବନ୍ୟା ଯୋଗୁଁ କିଖାଲି ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଏନଡିଆରଏଫ ଦଳ ଚିଖାଲି ଗାଁରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ସେହିପରି ବର୍ଷା ଓ ବନ୍ୟା ଯୋଗୁଁ ରତ୍ନଗିରିର ଅବସ୍ଥା ମଧ୍ୟ ଖରାପ। ଏପରିକି ଏଠାରେ ସେନା ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ରହିଛି।
The post କୋଠା ଭୁଶୁଡି ୫ ମୃତ, ୩୦ରୁ ଅଧିକ ଆହତ appeared first on Odisha Reporter.
from Odisha Reporter https://ift.tt/3xZ3yY4
No comments:
Post a Comment