ନୀଳଗିରି(ଓଡ଼ିଶା ରିପୋର୍ଟର): ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ଲିଫ୍ଟ ମାଗି ମେଡିକାଲ ଯାଉଥିଲେ ମହିଳା। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ମୃତ୍ୟୁ। ବାଇକ୍ରୁ ଖସି ପଡ଼ିବାରୁ ବାଟରେ ହିଁ ମହିଳାଙ୍କ ଜୀବନ ଚାଲିଗଲା। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି।
ସୂଚନାଯୋଗ୍ୟ, ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ ଦାସଙ୍କୁ କିଛି ଦିନ ପୂର୍ବେ ଏକ ବିଲେଇ କାମୁଡ଼ି ଦେଇଥିଲା। ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ତୁଳସୀ ଆଜି ନୀଳଗିରି ମେଡିକାଲ ଆସୁଥିଲେ। ଏଥିନିମନ୍ତେ ସେ ଜଣଙ୍କ ବାଇକ୍ରେ ଲିଫ୍ଟ ନେଇ ଆସୁଥିଲେ।
ମାତ୍ର ଅସାବଧାନତାଃ ଯୋଗୁ ସେରଗଡ଼ ନୀଳଗିରି ରାସ୍ତା ନୀଳଗିରି ନିକଟ ଆମ୍ବଡିହା ଛକରେ ବାଇକ୍ରୁ ଖସି ପଡ଼ିଲେ ତୁଳସୀ। ବାଇକ୍ ଆରୋହୀଜଣକ ତାଙ୍କୁ ତୁରନ୍ତ ନୀଳଗିରି ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତା ମହିଳା ମେଡିକାଲରେ ପହଞ୍ଚିଥିବା ବେଳେ ପୁଲିସ୍ ପହଞ୍ଚି ତଦନ୍ତ କରିଛି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
The post ଛକି ରହିଥିଲା ମୃତ୍ୟୁ, ଲିଫ୍ଟ ମାଗି ମେଡିକାଲ ଯିବା ବେଳେ ଖସିଗଲେ ମହିଳା appeared first on Odisha Reporter.
from Odisha Reporter https://ift.tt/3f3q7nd
No comments:
Post a Comment