କେତେ ପିଲା ଅନାଥ ହୋଇଛନ୍ତି? ମମତାଙ୍କ ଉତ୍ତରରେ ସୁପ୍ରିମକୋର୍ଟ ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

କେତେ ପିଲା ଅନାଥ ହୋଇଛନ୍ତି? ମମତାଙ୍କ ଉତ୍ତରରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପଶ୍ଚିମବଙ୍ଗରେ ୨୭ ଜଣ ଶିଶୁ ଅନାଥ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ତଥ୍ୟ ଉପରେ ଏବେ ଖପ୍ପା ସୁପ୍ରିମକୋର୍ଟ। ରାଜ୍ୟର ଏତେ ବଡ ଜନସଂଖ୍ୟା ଏବଂ କୋଭିଡର ଭୟବହତା ଦୃଷ୍ଟିରୁ ଦିଦିଙ୍କ ଏଭଳି ଡାଟା ଉପରେ ବିଶ୍ୱାସ କରିପାରିନାହାଁନ୍ତି ଉଚ୍ଚତମ ନ୍ୟାୟାଳୟ।

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ପଶ୍ଚିମବଙ୍ଗରେ କରୋନା ଲକଡାଉନ୍ ସମୟରେ ମାତ୍ର ୨୭ ଜଣ ଶିଶୁ ଅନାଥ ହୋଇଥିବା ତଥ୍ୟକୁ କୋର୍ଟ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ବିଶ୍ୱାସ ନହେଲାଭଳି ତଥ୍ୟ ଦେଇଥିବାରୁ ମମତା ସରକାରଙ୍କୁ ସତର୍କ କରାଇଦେଇଛନ୍ତି ସୁପ୍ରିମକୋର୍ଟ। ଖାଲି ସେତିକି ନୁହେଁ, ସିଧା ସିଧା କହିଛନ୍ତି, ଯଦି ରାଜ୍ୟ ସରକାର ଏ ବାବଦରେ ନିର୍ଭୁଲ ତଥ୍ୟ ନ ଦିଅନ୍ତି ତେବେ ସତ ଜାଣିବାକୁ କୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ଦେବେ।

ବିଚାରପତି ଏଲ. ନାଗେଶ୍ୱର ରାଓ କହିଛନ୍ତି, ଏହି ପ୍ରସଙ୍ଗ ଶିଶୁଙ୍କ ବିକାଶ ସହ ଜଡିତା ତେଣୁ ଏହାକୁ ଅଯଥାରେ କେନ୍ଦ୍ର ସହ ରାଜନୈତିକ ପ୍ରସଙ୍ଗ କରାନଯାଉା କୋଭିଡ କିମ୍ବା ଲକଡାଉନ୍ ସମୟରେ ଉଭୟ ବାପା-ମାଆଙ୍କ ଦେହାନ୍ତ ପରେ ସେମାନଙ୍କ ଶିଶୁଙ୍କ ସୁରକ୍ଷା ଏବଂ ସୁସ୍ଥତା ନେଇ ଏକ ମାମଲା ହୋଇଥିଲା।

କୋର୍ଟ ବେଙ୍ଗଲ ସରକାରଙ୍କୁ ଏନେଇ ତଥ୍ୟ ଦେବାକୁ କହିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ସଂଖ୍ୟା ୨୭ ବୋଲି ଦର୍ଶାଯାଇଥିଲା ଏବଂ ରାଜ୍ୟରେ ଏବେବି ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

ବିଚାରପତି କହିଛନ୍ତି, ଅନାଥ ଶିଶୁଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ପୁରା ପଶ୍ଚିମବଙ୍ଗରେ କେତେ ଶିଶୁ ଅନାଥ ହୋଇଛନ୍ତି ତାର ତଥ୍ୟ ସଂଗ୍ରହ କରି ନାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପୋର୍ଟାଲରେ ଅପଲୋଡ୍ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଏବଂ ସାମାଜିକ ମଙ୍ଗଳ ବିଭାଗକୁ ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

The post କେତେ ପିଲା ଅନାଥ ହୋଇଛନ୍ତି? ମମତାଙ୍କ ଉତ୍ତରରେ ସୁପ୍ରିମକୋର୍ଟ ଖପ୍ପା appeared first on Odisha Reporter.



from Odisha Reporter https://ift.tt/3zMnT3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages