ମୁମ୍ବାଇ: ସ୍ୱାମୀଙ୍କ ରାଜଙ୍କ ପାଇଁ ହନ୍ତସନ୍ତ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କ୍ରାଇମବ୍ରାଂଚର କଡା ପ୍ରଶ୍ନର କଲେ ସାମ୍ନା। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପଙ୍କୁ ଘାଣ୍ଟିଲା ପୁଲିସ। ୬ ଘଣ୍ଟା ଧରି ଗୁଡେଇ ତୁଡେଇ କଲା ଜେରା।
ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଂଚ ଗତକାଲି ଶିଳ୍ପା ସେଟ୍ଟୀଙ୍କୁ ପଚରାଉଚରା କରିଛି। ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ସାମ୍ନାରେ ବସାଇ ତାଙ୍କୁ ଘେରିଛି । ଏହି ସମୟରେ କ୍ରାଇମବ୍ରାଂଚ ଶିଳ୍ପାଙ୍କୁ ୧୦ଟି ବ୍ରଡ ପ୍ରଶ୍ନ ପଚାରିଛି।
ସ୍ୱାମୀଙ୍କ ଆଶ୍ଳୀଳ ଫିଲ୍ମ କାରବାର ବିଷୟରେ ଆପଣ ଜାଣିଥିଲେ କି? ଆପଣ କାହିଁକି ୨୦୨୦ ରେ ଭିଆନ୍ କମ୍ପାନୀରୁ ଇସ୍ତଫା ଦେଇଥିଲେ? ଭିଆନ୍ ଏବଂ କ୍ୟାମେରନ୍ ମଧ୍ୟରେ ଥିବା ଟଙ୍କା କାରବାର ବିଷୟରେ ଆପଣ ଜାଣିଥିଲେ କି? ଅଶ୍ଳୀଳ ଭିଡିଓକୁ ଲଣ୍ଡନ ପଠାଇବା ଏବଂ ଏଗୁଡିକୁ ଅପଲୋଡ କରିବା ପାଇଁ ଭିଆନ୍ କମ୍ପାନୀର ଅଫିସର ଅନେକଥର ବ୍ୟବହୃତ ହୋଇଛି। ଏନେଇ ଆପଣ ଜାଣିଥିଲେ କି? ହଟଶଟ୍ କିଏ ଚଳାଉଥିଲା ଏହାର ଭିଡିଓ କଣ୍ଟେଣ୍ଟ ବିଷୟରେ ଆପଣ ଜାଣିଥିଲେ କି? ଆପଣ କେବେ ହଟ୍ଶଟ୍ କାମରେ ସାମିଲ ହୋଇଛନ୍ତି କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଶିଳ୍ପାଙ୍କ ଠାରୁ କ୍ରାଇମବ୍ରାଂଚ ହାସଲ କରିଛି।
ଶିଳ୍ପା କହିଛନ୍ତି ଯେ ହଟସଟରେ ଯାହା ବି ଭିଡିଓ ଅଛି ତାହା ଅଶ୍ଳୀଳ ନୁହେଁ ବରଂ ଇରୋଟିକ୍। ଶିଳ୍ପା ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ OTT ପ୍ଲାଟଫର୍ମରେ ମଧ୍ୟ ଏହିପରି ବିଷୟବସ୍ତୁ ଅଛି, ଯେଉଁଥିରୁ ଅନେକ ଅଶ୍ଳୀଳ। ରାଜ କୁନ୍ଦ୍ରାଙ୍କ ପରି ଶିଳ୍ପା ମଧ୍ୟ ପୋଲିସକୁ କହିଛନ୍ତି ଯେ କ୍ରାଇମବ୍ରାଂଚ ଯେଉଁ ଭିଡିଓ ଗୁଡିକୁ ଅଶ୍ଳୀଳ ବୋଲି କହୁଛି ସେହି ଭିଡିଓ ତିଆରି କରିବାରେ ତାଙ୍କର କୌଣସି ହାତ ନାହିଁ। ସୂଚନା ମୁତାବକ କ୍ରାଇମବ୍ରାଂଚ ଏହି ପଚରାଉଚରା ସମୟରେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଘରୁ ଏକ ଲାପଟପ୍ ମଧ୍ୟ ଜବତ କରିଛି।
ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ କୋର୍ଟ ୨୭ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ରାଜ କୁନ୍ଦା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲା ରୁଜୁ ହେବା ପରେ ରାଜ ଗୁଗଲ ଓ ଆପଲ୍ ପ୍ଲେ ଷ୍ଟୋରରୁ ଗୋଟିଏ ଅଶ୍ଳୀଳ ଆପକୁ ଡିଲିଟ କରି ଦିଆଯାଇଥିଲା।
The post ଶିଳ୍ପାଙ୍କୁ ୬ ଘଣ୍ଟା ଘାଣ୍ଟିଲା କ୍ରାଇମବ୍ରାଞ୍ଚ, ଲାପଟପ୍ ଜବତ appeared first on Odisha Reporter.
from Odisha Reporter https://ift.tt/3eTczuf
No comments:
Post a Comment