୩ ମାଓବାଦୀଙ୍କ ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି/କୋରାପୁଟ (ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର  । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା।   ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ଏହା ସହିତ କୋରାପୁଟରେ ମଧ୍ୟ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି ।  ଡିଜିଙ୍କ ଗସ୍ତ ବେଳେ ତାଙ୍କ ନିକଟରେ ସେହି ମାଓବାଦୀ ଜଣକ ଆତ୍ମସମର୍ପଣ କରିଛି।  ତାର ନାଁ ହେଉଛି ତାଲସ ହୁଇକା। ଘର ନାରାୟଣପାଟଣା ପିଲିବୋର ଗାଂରେ ।  ୨୦୧୨ରେ ସେ ଲାଲବାହିନୀରେ ସାମିଲ ହୋଇଥିଲା।  ଆଜି ପୁଲିସ ଡିଜି ସ୍ୱତନ୍ତ୍ର ହେଲିକପ୍ଟରରେ ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲିରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଛନ୍ତି ।  ବୈଠକରେ ବିଏସ୍ଏଫର ବରିଷ୍ଠ ଅଧିକାରୀ ଓ ମାଲକାନଗିରି ଏସ୍ପି ଉପସ୍ଥିତ ଥିଲେ।

ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ସହ ଆଲୋଚନା କରିଥିଲେ ପୁଲିସ ଡିଜି । ଏହାପୂର୍ବରୁ ଡିଜି କୋରାପୁଟର ସୁନାବେଡ଼ାଠାରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଥିଲେ।  ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସ୍ଏଫ ଆଇଜି, ଆଇଜି ହେଡ୍‌କ୍ୱାର୍ଟର୍ସ ଓ କୋରାପୁଟ ଏସ୍ପି ଉପସ୍ଥିତ ଥିଲେ।

The post ୩ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Odisha Reporter.



from Odisha Reporter https://ift.tt/2ToxGxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages