ରାଜ୍ୟରେ ୨ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ରାଜ୍ୟରେ ୨ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୧୩ଟି ହେଉଛି ଲୋକାଲ୍ କେସ୍‌। ସେହିଭଳି ଆଉ ୬୮ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଥିବା ବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫ , କେନ୍ଦ୍ରାପଡ଼ାରୁ ୧୨୩, ଭଦ୍ରକରୁ ୯୮, ମୟୂରଭଞ୍ଜରୁ ୯୮, ସୁନ୍ଦରଗଡ଼ରୁ ୭୫ ଓ ଜଗତସିଂହପୁରରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୨, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩, ଦେବଗଡ଼ରୁ ୮, ଢେଙ୍କାନାଳ ୬୨, ଗଜପତି ୪, ଗଞ୍ଜାମରୁ ୧୭, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫୮, ନୂଆପଡ଼ାରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫ ଓ ଷ୍ଟେଟ୍‌ ପୁଲ୍‌ରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି।

୬୮ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଗଞ୍ଜାମରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୋଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮୬ରେ ପହଞ୍ଚିଥିବା ବେଳେ ଅନୁଗୋଳରେ ୧୯୬, ବାଲେଶ୍ୱରରେ ୧୩୮, ବରଗଡ଼ରେ ୨୦୪, ବଲାଙ୍ଗିରରେ ୮୬, କଟକରେ ୩୧୦, ଢେଙ୍କାନାଳରେ ୧୦୦, ଗଞ୍ଜାମରେ ୩୯୧, ଯାଜପୁରରେ ୫୬, ଝାରସୁଗୁଡ଼ାରେ୧୩୪, କନ୍ଧମାଳରେ ୫୫, କେନ୍ଦ୍ରାପଡ଼ାରେ ୧୦୬, କେନ୍ଦୁଝରରେ ୯୨, ମୟୂରଭଞ୍ଜରେ ୧୬୭, ନୟାଗଡ଼ରେ ୧୩୩, ନୂଆପଡ଼ାରେ ୭୨, ପୁରୀରେ ୨୮୮ ଓ ସୁନ୍ଦରଗଡ଼ରେ ୪୦୩କୁ ବୃଦ୍ଧି ପାଇଛି।

୧୯୩୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇସାରିଛନ୍ତି। ୨୩ ହଜାର ୪୯୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

The post ରାଜ୍ୟରେ ୨ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3ebboWN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages