ଭୋପାଲ: ଚାରିଆଡେ କରୋନାକୁ ନେଇ ଜାରି ରହିଛି ହାହାକାର। ଦେଶରେ କରୋନାର ଦୈନିକ ସଂକ୍ରମଣ ହାର କମିଛି ସତ କିନ୍ତୁ କରୋନା ଯାଇନି। କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ଓ ବିଶେଷଜ୍ଞମାନେ ଇମ୍ୟୁନିଟି ବଢ଼ାଇବା ପାଇଁ କହୁଛନ୍ତି। ଏଥିଲାଗି କରୋନା ରୋଗୀଙ୍କ ଡାଏଟ୍ରେ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଉଛନ୍ତି।
ଏଭିଳି ସ୍ଥିତିରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି। କଡକନାଥ କୁକୁଡା କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଉଥିବା ନେଇ ଦାବି ହୋଇଛି। ଏନେଇ ଏଠାକର ରିସର୍ଚ୍ଚ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ଆଇସିଏମ୍ଆର୍ ଏବଂ ଡିପାର୍ଟମେଣ୍ଟ ଅଫ୍ ହେଲ୍ଥ ରିସର୍ଚ୍ଚକୁ ଚିଠି ଲେଖି ଜଣାଇଛି।
କଡକନାଥ କୁକୁଡାର ମାଂସରେ ହାଇ ପ୍ରୋଟିନ୍, ଭିଟାମିନ, ଜିଙ୍କ ଏବଂ ଲୋ’ ଫ୍ୟାଟ୍ ରହିଛି। ସବୁଠାରୁ ବଡ଼ କଥା ହେଉଛିଏହା କୋଲେଷ୍ଟ୍ରଲ ଫ୍ରି ମଧ୍ୟ। ଏଭଳି ସ୍ଥିତିରେ ପୋଷ୍ଟ କୋଭିଡ୍ ଏବଂ କୋଭିଡ ସମୟରେ ଏହି କଳା କୁକୁଡାର ମାଂସକୁ ନିଜ ଡାଏଟ୍ରେ ସାମିଲ୍ କରିବା ଉଚିତ। ଏହାଦ୍ୱାରା ଇମ୍ୟୁନିଟି ବଢ଼ିବ ବୋଲି କୃଷି ବିଜ୍ଞାନକେନ୍ଦ୍ର ଏବଂ ଝାବୁଆ କଡକନାଥ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଦାବି ହୋଇଛି।
ଝାବୁଆର କଡକନାଥ କୁକୁଡାର ମାଂସ ଏବଂ ତା’ର ଅଣ୍ଡାକୁ କୋଭିଡ ଏବଂ ପୋଷ୍ଟ କୋଭିଡ ରୋଗୀଙ୍କ ଡାଏଟ୍ରେ ସାମିଲ କରାଯାଇ ପାରିବ ନା ନାହିଁ ତାହା ଏବେ ଆଇସିଏମ୍ଆର୍ ଉପରେ ନିର୍ଭର କରେ। କରୋନାରେ ସଂକ୍ରମଣ ହେବା ପରେ ଅତ୍ୟନ୍ତ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ଉପରେ ଏହା କେତେ ପ୍ରଭାବ ପକାଉଛି, ତାହା କେବଳ ପରୀକ୍ଷଣ ପରେ ହିଁ ଜଣାପଡିଛି। ଯଦି ପରିଣାମ ସକରାତ୍ମକ ଆସେ ତେବେ ଏହାକୁ ଡାଏଟ୍ରେ ସାମିଲ କରାଯାଇପାରେ।
The post କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ! appeared first on Odisha Reporter.
from Odisha Reporter https://ift.tt/3e1vIK2
No comments:
Post a Comment