ନୂଆଦିଲ୍ଲୀ: ଟିକା ନେବା ପରେ କିଛି ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବାର ନଜିର ରହିଥିଲା। ଟିକା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ହୋଇଥିବା ଷ୍ଟଡି ରିପୋର୍ଟରେ କିଛି ଅଲଗା କାରଣ ଦର୍ଶାଯାଇଛି। ଟିକା ପାଇଁ ରକ୍ତ ଜମାଟ ବାନ୍ଧୁଥିବାର କୌଣସି ପ୍ରମାଣ ମିଳିନଥିବା ଗବେଷକ ମାନେ କହିଛନ୍ତି। ମୁଖ୍ୟତଃ ଆଷ୍ଟ୍ରେଜେନିକା, ଜନସନ ଆଣ୍ଡ ଜନସନ ଏବଂ ସ୍ପୁଟନିକ ଟିକା ନେଲେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ହୋଇଥିଲା। ହେଲେ ଏଭଳି ଅଭିଯୋଗ ଭାରତରେ ପ୍ରାୟତଃ ନାହଁ। କିନ୍ତୁ କୋଭିଶିଲ୍ଡ ଟିକାର ମୂଳ କମ୍ପାନୀ ଆଷ୍ଟ୍ରେଜେନିକା ହୋଇଥିବାରୁ ଭାରତରେ ରକ୍ତ ଜମାଟ ହେବା ପ୍ରସଙ୍ଗକୁ ନେଇ ତର୍କ ଆରମ୍ଭ ହୋଇଥିଲା। ତେବେ ଶନିବାର ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଟିକା ଦେବା ବେଳେ ମାଂସପେଶୀ ଜାଗାରେ ଶିରାରେ ଟିକା ନେଲେ ରକ୍ତ ଜମାଟ ବାନ୍ଧୁଛି ବୋଲି କହୁଯାଇଛି।
ଜର୍ମାନୀର ମ୍ୟୁନିଖ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ କ୍ଲିନିକାଲ୍ ପରୀକ୍ଷଣରେ ବୈଜ୍ଞାନିକମାନେ ମୂଷା ଉପରେ ଏବଂ ଇଟାଲୀର ଏକ ଲ୍ୟାବରେ ପରୀକ୍ଷା କରି ଗବେଷକ ମାନେ ଏହା କହିଛନ୍ତି। କରୋନା ଟିକା ନେବା ପରେ ଏପରି ରକ୍ତ ଜମାଟ ବାନ୍ଧୁଥିବାର ସମସ୍ୟା ଦେଖିବାକୁ ମିଳିଛି। ଏହାର କାରଣ ଟିକା ମାଂସପେଶୀ ବଦଳରେ ଶିରାରେ ଇଞ୍ଜେକ୍ସନ ଦିଆଯାଉଛି। ଯଦି ଟିକା ଶିରା ଭିତରକୁ ଯାଏ, ତେବେ ଏହାର ପ୍ରଭାବ କ’ଣ ହୋଇପାରେ? ଏହି ଅଧ୍ୟୟନ ମଣିଷ ଉପରେ କରାଯାଇପାରିବ ନାହିଁ, ତେଣୁ ମୂଷାମାନଙ୍କ ଉପରେ କରାଯାଇଥିଲା। ଯେତେବେଳେ ମୂଷାମାନଙ୍କୁ ମାଂସପେଶୀ ଭିତରେ ଟିକା ଦିଆଗଲା, ସେଠାରେ କୌଣସି ଅସୁବିଧା ନଥିଲା। କିନ୍ତୁ ଯେତେବେଳେ ଟିକାକୁ ଶିରାରେ ଇଞ୍ଜେକ୍ଟ କରାଯାଇଥିଲା ତାହା ଶରୀରର ବିଭିନ୍ନ ସ୍ଥାନକୁ ବ୍ୟାପିବା ଫଳରେ ରକ୍ତ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳିଥିଲା।
କୋଭିଡ ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ରାଜୀବ ଜୟଦେବନ୍ କହିଛନ୍ତି ଯେ ଯଦି ଛୁଞ୍ଚିର ଅଗ୍ରଭାଗକୁ ମାଂସପେଶୀ ଭିତରେ ଇଞ୍ଜେକ୍ଟ କରାଯାଇ ଦିଆଯିବ ତାହେଲ କୌଣସି ଅସୁବିଧା ହେବନି। ହେଲେ ଛୁଞ୍ଚିର ଅଗ୍ରଭାଗ ଯଦି ମାଂସପେଶୀ ଭିତରକୁ ନଯାଇ ଟିକା ଦିଆଯିବ ତାହେଲେ ଶିରାରେ ପହଞ୍ଚିପାରେ। ଏଭଳି ହେବାର କାରଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ୍ ଠିକ୍ ଭାବରେ ଦିଆଯାଇନଥିବ ବୋଲି ଡାକ୍ତର ରାଜୀବ ଜୟଦେବନ କହିଛନ୍ତି।
The post ରକ୍ତ ଜମାଟ ବାନ୍ଧିବା ପଛର କାରଣ ଟିକା ନୁହେଁ, ଷ୍ଟଡି ରିପୋର୍ଟ କହିଲା ଭିନ୍ନ କଥା appeared first on Odisha Reporter.
from Odisha Reporter https://ift.tt/3wovFi1
No comments:
Post a Comment