୧୧ ସରକାରୀ କର୍ମଚାରୀ ବହିଷ୍କୃତ, ‘କେନ୍ଦ୍ର ବଢ଼ାଉଛି ବେରୋଜଗାରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

୧୧ ସରକାରୀ କର୍ମଚାରୀ ବହିଷ୍କୃତ, ‘କେନ୍ଦ୍ର ବଢ଼ାଉଛି ବେରୋଜଗାରୀ’

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଆତଙ୍କବାଦୀ ସଫା କରିବା ପାଇଁ କେନ୍ଦ୍ର ସରକାର କମର କଷିଛନ୍ତି। ଏହି ଧାରାରେ ୧୧ ସରକାରୀ କର୍ମଚାରୀ ଯେଉଁମାନଙ୍କର ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ନେଇ ଜଣାପଡ଼ିବା ପରେ କେନ୍ଦ୍ର ସରକାର ସଂପୃକ୍ତଙ୍କୁ ବହିଷ୍କୃତ କରିଛନ୍ତି। ଯେଉଁଥିରେ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନର ଦୁଇ ପୁଅ ରହିଛନ୍ତି। ଏବେ ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ସହାନୁଭୂତି ଦେଖାଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। କଶ୍ମୀରରେ ବଢ଼ୁଥିବା ବେରୋଜଗାର ବଢ଼ୁଥିବା ବେଳେ କେନ୍ଦ୍ରର ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତ ମୁଫତି।

ଟ୍ୱିଟ୍ କରି ମୁଫତି କହିଛନ୍ତି, ହଠାତ୍ ଚାକିରିରୁ ବହିଷ୍କୃତ କରିବା ଘଟଣା ଠିକ୍ ନୁହେଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବା ଦ୍ୱାରା କଶ୍ମୀରୀ ମାନେ ଦଣ୍ଡିତ ହେଉଛନ୍ତି। କେନ୍ଦ୍ର ସରକାର ଏଭଳି କରିବା ଦ୍ୱାରା ବେକାରୀ ବୃଦ୍ଧି ହେଉଛି। ୧୧ ସରକାରୀ କର୍ମଚାରୀଙ୍କୁ ବହିଷ୍କୃତ କରିବା ବେଳେ ଯେଉଁସବୁ ଆଧାର ଦେଖାଯାଇଛି। ତାହା ଛୋଟ ଘଟଣା ଏହାକୁ ଧରିବା ଠିକ୍ ନୁହେଁ ବୋଲି ପରୋକ୍ଷରେ କହିଛନ୍ତି ମେହବୁବା ମୁଫତି।

ସୂଚନାଯୋଗ୍ୟ, ଶନିବାର ୧୧ ସରକାରୀ କର୍ମଚାରୀଙ୍କୁ ବହିଷ୍କୃତ କରିଛନ୍ତି। ଆତଙ୍କବାଦୀ ସଂଗଠନ ସହ ଲିଙ୍କରେ ଏମାନଙ୍କୁ ବହିଷ୍କୃତ କରିଛନ୍ତି ସରକାର। ଭାରତୀୟ ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏମାନଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି। ଏହି ଧାରା ଅନୁଯାୟୀ କୌଣସି ତଦନ୍ତ ହେବ ନାହିଁ। ହେଲେ ହାଇକୋର୍ଟ ଯଦି ଆଶ୍ୱସ୍ତି ଦେବେ ତାହାଲେ କିଛି ହୋଇପାରେ।

ବରଖାସ୍ତ ହୋଇଥିବା ୧୧ କର୍ମଚାରୀମାନେ ଜମ୍ମୁ-କଶ୍ମୀର ପୁଲିସ୍, ଶିକ୍ଷା, କୃଷି, ଦକ୍ଷତା ବିକାଶ, ବିଜୁଳି, ସ୍ୱାସ୍ଥ୍ୟ ଶ୍ରୀନଗରରେ ଥିବା ଶେର-ଇ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ କାମ କରୁଥିଲେ। ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗର, ୩ ଜଣ ବଡଗାମର ହୋଇଥିବା ବେଳେ ବାରମୁଲ୍ଲା, ଶ୍ରୀନଗର, ପୁଲୱାମା ଓ କୁପୱାଡର ଜଣେ ଲେଖାଏ ସଦସ୍ୟ ରହିଛନ୍ତି।

The post ୧୧ ସରକାରୀ କର୍ମଚାରୀ ବହିଷ୍କୃତ, ‘କେନ୍ଦ୍ର ବଢ଼ାଉଛି ବେରୋଜଗାରୀ’ appeared first on Odisha Reporter.



from Odisha Reporter https://ift.tt/3hWGEKj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages