ଗୁରୁତର ଯବାନଙ୍କ ଏୟାରଲିଫ୍ଟ କରିଥିବା କ୍ୟାପଟେନ୍ ପଣ୍ଡିତଙ୍କୁ ‘ହିରୋ’ ଆଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ଗୁରୁତର ଯବାନଙ୍କ ଏୟାରଲିଫ୍ଟ କରିଥିବା କ୍ୟାପଟେନ୍ ପଣ୍ଡିତଙ୍କୁ ‘ହିରୋ’ ଆଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମ୍ବିଂ ବେଳେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଗୁରୁତର ହୋଇଥିଲେ। ଏହି ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କରାଇଥିବା କ୍ୟାପଟେନ୍ ଭାବ୍ ପଣ୍ଡିତଙ୍କୁ ଓଡ଼ିଶା ବିଏସଏଫ୍ ପ୍ରଶଂସା କରିଛି। ଯବାନଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚାଇଥିବାରୁ ଓଡ଼ିଶା ବିଏସଏଫ୍ ଟ୍ୱିଟ୍ କରି ପଣ୍ଡିତଙ୍କୁ ପ୍ରଶଂସା କରିଛି।

ଉଦ୍ଧାର କ୍ୟାପଟେନ୍ ଭାବ୍ ପଣ୍ଡିତଙ୍କୁ ‘ହିରୋ ଅଫ୍ ରେସ୍କୁ’ କହିଛି ଓଡ଼ିଶା ବିଏସଏଫ୍। ଖରାପ ପାଗ ଯୋଗୁଁ ବାୟୁସେନାର ହେଲିକପ୍ଟର ଆସିପାରିନଥିଲା। କିନ୍ତୁ ବିଏସଏଫର ପାଇଲଟ କ୍ୟାପଟେନ ପଣ୍ଡିତ ଯେମିତି ସାହସ ଦେଖାଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆହତ ଯବାନଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଆଣିଥିଲେ, ସେଥିପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି।

ସେହିପରି ଆହତ ଯବାନଙ୍କୁ ଆଜି ଭେଟିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ଦୁଇ ଆହତ ଯବାନ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଆଜି ନିଜେ ଏମ୍ସ ଯାଇ ସେମାନଙ୍କୁ ଭେଟିଛନ୍ତି ଅଭୟ। ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଗତକାଲି କନ୍ଧମାଳ ଗୋଛାପଡ଼ା ଥାନା ଅଞ୍ଚଳର ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଲାଲବାହିନୀ। ଗୁଳି ବିନିମୟରେ ୨ ଜଣ ଏସଓଜି କମାଣ୍ଡୋ ଆହତ ହୋଇଛନ୍ତି। ସେହି ଜଙ୍ଗଲରେ ଆଜି ମଧ୍ୟ ଅପରେସନ ଚାଲିଥିବା ଡିଜିପି ସୂଚନା ଦେଇଛନ୍ତି। ଅପରେସନରେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କିଛି ଆହତ ହୋଇଥିବା ପୁଲିସ କହିଛି।

The post ଗୁରୁତର ଯବାନଙ୍କ ଏୟାରଲିଫ୍ଟ କରିଥିବା କ୍ୟାପଟେନ୍ ପଣ୍ଡିତଙ୍କୁ ‘ହିରୋ’ ଆଖ୍ୟା appeared first on Odisha Reporter.



from Odisha Reporter https://ift.tt/36sMBsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages