ମୁମ୍ବାଇ: ଫ୍ୟାଶନ୍ ପରେ ଏବେ ବଲିଉଡରେ ଦେଖାଇବେ ଜଲୱା । ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନ୍ର ମନୀଷ ମଲହୋତ୍ରା । ଡ୍ରେସ୍ ଡିଜାଇନର୍ରୁ ସାଜିବେ ଡାଇରେକ୍ଟର । କରଣ ଜୋହରଙ୍କ ବ୍ୟାନର୍ ଧର୍ମା ପ୍ରଡକ୍ସନ ମାଧ୍ୟମରେ ନିର୍ଦ୍ଦେଶକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଏହି ଜଣାଶୁଣା ଫ୍ୟାଶନ ଡିଜାଇନର୍ ।
ସୂତ୍ର ଅନୁସାରେ, ୧୯୪୭ ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ ଏକ ମ୍ୟୁଜିକାଲି ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ ତିଆରି ହେବାକୁ ଯାଉଛି । ଏହାର କାହାଣୀ ଏବଂ ସ୍କ୍ରିପ୍ଟ ମନୀଷ ମଲହୋତ୍ରା ଲେଖିଛନ୍ତି । ଖବ୍ଶୀଘ୍ର ମନୀଷ ଏହାର କାଷ୍ଟିଂ ଆରମ୍ଭ କରିବେ । ଫିଲ୍ମର ଟାଇଟଲ୍ ଏବଂ ଏହାର କାଷ୍ଟର ନାମ ଚୂଡାନ୍ତ ହୋଇନାହିଁ କିନ୍ତୁ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ।
ମନୀଷ ମଲହୋତ୍ରା ଭାରତର ଜଣେ ପ୍ରମୁଖ ଡିଜାଇନର୍ ଅଟନ୍ତି। ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ମନୀଷ ମଲହୋତ୍ରା ଏକ ବଡ ନାମ। ୩୦ ବର୍ଷ ବ୍ୟାପୀ ତାଙ୍କ କ୍ୟାରିଅରରେ ସେ ବଲିଉଡର ପ୍ରାୟ ସମସ୍ତ ପିଢ଼ି ପାଇଁ ପୋଷାକ ଡିଜାଇନ୍ କରିଛନ୍ତି।
ଅଭିନେତ୍ରୀ ଶ୍ରୀଦେବୀଙ୍କ ଠାରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସାରା ଅଲି ଖାନ, କିଆରା ଆଡଭାନୀ, କ୍ୟାଟ୍ରିନା କୈଫ, ଭୁମି ପେଡନେକର, ଆଲିଆ ଭଟ୍ଟ, କରୀନା-କରିସ୍ମା କପୁର ଭଳି ପ୍ରସିଦ୍ଧ ତାରକାମାନେ ତାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଛନ୍ତି। ଏହା ବ୍ୟତୀତ ମନୀଷ ୮୦୦ ରୁ ଅଧିକ ଚଳଚ୍ଚିତ୍ର ପାଇଁ ମଧ୍ୟ ଡ୍ରେସ୍ ଡିଜାଇନ୍ କରିଛନ୍ତି।
The post ବଲିଉଡରେ ଡେବ୍ୟୁ କରିବେ ମନୀଷ appeared first on Odisha Reporter.
from Odisha Reporter https://ift.tt/3hJ9qin
No comments:
Post a Comment