ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା !

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ବିବାଦକୁ ନେଇ ଚର୍ଚ୍ଚା ରହିଥିବା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବାକୁ ଇଚ୍ଛା ରଖିଛନ୍ତି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ବେଳେ ପ୍ରସ୍ତାବ ଦେଇଥିବା ସୂଚନା ରହିଛି। ହେଲେ ସେ ଇସ୍ତଫା ଦେଇନଥିବା ଜଣାପଡ଼ିଛି। ୭୮ ବର୍ଷୀୟ ଏହି ଲିଙ୍ଗାୟତ ନେତା ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ୟେଦ୍ୟୁରପ୍ପା କିନ୍ତୁ ଏବେ ଦିଲ୍ଲୀ ସ୍ଥିତ କର୍ଣ୍ଣାଟକ ଭବନରେ ରହିଛନ୍ତି।

ଶନିବାର ପ୍ରତିକ୍ରିୟାରେ ୟେଦ୍ୟୁରପ୍ପା କହିଛନ୍ତି, ‘ମୁଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲି। ଏହି ସମୟରେ ଅନେକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛୁ। ମୁଁ ପୁଣିଥରେ ଅଗଷ୍ଟରେ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି। ଇସ୍ତଫା ଖବରର କୌଣସି ସତ୍ୟତା ନାହିଁ’।

ଏହି ଗସ୍ତ ବେଳେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ. ଜଳ ଶକ୍ତି ମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ ବୋଲି କହିଛନ୍ତି। କିଭଳି ମେକେଡାଟୁ ପ୍ରକଳ୍ପକୁ ପାଣି ଯୋଗାଇ ହେବ ସେ ବାହଦରେ ଆଲୋଚନା କରିଥିବା ୟେଦ୍ୟୁ କହିଛନ୍ତି। ଶୁକ୍ରବାର ୟେଦ୍ୟୁରପ୍ପା ନିଜ ପରିବାର ଲୋକଙ୍କ ସହିତ ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଆସିଥିଲେ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଜେପିରେ କ୍ଷମତାକୁ ନେଇ ଶାସକ ଦଳ ବିଜେପିରେ ଅସନ୍ତୋଷ ବଢ଼ିଛି। ଅନେକ ନେତା ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇ ଠିକ୍ ଭାବରେ ଦାୟିତ୍ୱ ନିର୍ବାହ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଅସୁସ୍ଥ ରହୁଥିବାରୁ ତାଙ୍କ ପରିବାର ଲୋକେ ସରକାରରେ ମୁଣ୍ଡ ପୁରାଉଥିବା ଅଭିଯୋଗ କରିଥିଲେ ଦଳୀୟ ନେତା। ଏହାବାଦ ବିଭିନ୍ନ କାମ ବିନା ଟେଣ୍ଡରରେ ଚିହ୍ନା ପରିଚୟ ଲୋକଙ୍କୁ ଦିଆଯାଉଛି ବୋଲି ଦଳୀୟ ନେତା ଅଭିଯୋଗ କରିଥିଲେ।

ସେହିପରି ନିକଟରେ କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସଦାନନ୍ଦ ଗୌଡା। ରାଜ୍ୟରେ ସେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ସମର୍ଥକ ଦାବି କରିବା ସହିତ ଉତ୍ସାହିତ ଅଛନ୍ତି।

The post ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା ! appeared first on Odisha Reporter.



from Odisha Reporter https://ift.tt/2VH5OVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages