ଅଲଗା ହେବେ ଆମୀର ଓ କିରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ଅଲଗା ହେବେ ଆମୀର ଓ କିରଣ

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କରେ ପଡିଲା ଫାଟ। ଭାଙ୍ଗିଲା ବାହାଘର। ବିବାହର ୧୫ ବର୍ଷ ପରେ ହେବେ ଭିନ୍ନ। ଛାଡପତ୍ର ନେବେ ବଲିଉର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ। ଏନେଇ ଉଭୟ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଆମୀର ଓ କିରଣ ଉଭୟ ଛାଡପତ୍ର ନେବା ପାଇଁ ଘୋଷଣା କରିଛନ୍ତି। ସ୍ୱାମୀ- ସ୍ତ୍ରୀ ହୋଇ ରହିବା ବଦରଳରେ ସେ ନୁହେଁ ଭିନ୍ନ ଭନ୍ନ ହୋଇ ବଂଚିବେ ବୋଲି କହିଛନ୍ତି। ଏହି ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ବି-ଟାଉନ୍‌ରେ ଏନେଇ ଜୋରଦାର୍ ଚର୍ଚ୍ଚା ମଧ୍ୟ ହେଉଛି।

ଆମୀର ଖାନ୍ ଓ କିରଣ ରାଓ ନିଜ ଷ୍ଟେଟମେଣ୍ଟରେ କହିଛନ୍ତି, ‘୧୫ ବର୍ଷର ସମ୍ପର୍କରେ ଆମ ପାଇଁ ଖୁସିଦାୟକ ଥିଲା। ଆମେ ଦୁୁହେଁ ଏକାଠି ଜୀବନୀ ଅନୁଭବ ଉଠାଇଥିଲୁ। ଏକାଠି ଖୁସି ହୋଇଥିଲୁ ଏକାଠି ଦୁଃଖି ହୋଇଥିଲୁ। ଆମ ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ଦେଇ ଆଗକୁ ବଢ଼ିଥିଲା। ଏବେ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ତେବେ ସ୍ୱାମୀ-ସ୍ତ୍ରୀ ରୂପେ ନୁହେଁ। ସହ-ମାତା-ପିତା ଓ ପରିବାର ରୂପେ ଆରମ୍ଭ କରିବାକୁ ଚାହୁଁଛୁ। କିଛି ଦିନ ତଳେ ଆମେ ଦୁହେଁ ଭିନ୍ନ ହେବାକୁ ନିଷ୍ପତ୍ତି ନେଇଥିଲୁ। ଏବେ ଏହି ନିଷ୍ପତ୍ତିକୁ ଔପଚାରିକ ରୂପେ ସର୍ବସମ୍ମୁଖକୁ ଆଣିଛୁ।’

ସୂଚନା ମୁତାବକ, ଫିଲ୍ମ ‘ଲଗାନ୍‌’ର ସୁଟିଂ ସେଟ୍‌ରୁ ଆମୀର ଓ କିରଣଙ୍କ ଦେଖାସାକ୍ଷାତ ହୋଇଥିଲା। ଫିଲ୍ମ ଲଗାନରେ କିରଣ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ରୂପେ କାମ କରିଥିଲେ। ଏଠାରୁ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ୨୦୦୫ ଡିସେମ୍ବର ୨୮ ତାରିଖରେ ଉଭୟ ବିବାହ କରିଥିଲେ। ୨୦୧୧ରେ ସାରୋଗେସି ସହାୟତାରେ ଆମୀର ଓ କିରଣଙ୍କ ପୁଅ ଆଜାଦ୍ ଜନ୍ମ ହୋଇଥିଲା।

କିରଣଙ୍କ ପୂର୍ବରୁ ଆମୀର ରିନା ଦତ୍ତଙ୍କୁ ବିବାହ କରିଥିଲେ। ତେବେ କିରଣଙ୍କ ପ୍ରେମରେ ପଡିବା ପରେ ସେ ପ୍ରଥମ ପତ୍ନୀ ରିନାଙ୍କ ଠାରୁ ଭିନ୍ନ ହେବାକୁ ନିଷ୍ପତ୍ତି ନେଇଥିଲେ। ରିନା ଓ ଆମୀରଙ୍କ ଗୋଟିଏ ପୁଅ ଜୁନେଦ ଓ ଝିଅ ଆୟରା ଖାନ୍ ଅଛନ୍ତି।

 

View this post on Instagram

 

A post shared by Kiran Rao Khan (@_kiranraokhan)

The post ଅଲଗା ହେବେ ଆମୀର ଓ କିରଣ appeared first on Odisha Reporter.



from Odisha Reporter https://ift.tt/3Ampm1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages