ହାଇଦ୍ରାବାଦ: ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଭାପତିରେ ନିଯୁକ୍ତି ବେଳେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ। ଏଭଳି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଛନ୍ତି ତେଲେଙ୍ଗାନାର କଂଗ୍ରେସ ନେତା ତଥା ଦଳର ସାଧାରଣ ସମ୍ପାଦକ କୌଶିକ ରେଡ୍ଡୀ। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ପାଇଁ ରେଭନାଥ ରେଡ୍ଡୀ ୫୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା କୈଶିକ ଅଭିଯୋଗ କରିଛନ୍ତି। ଦଳର ମୁଖିଆ ସୋନିଆ ଗାନ୍ଧୀଙ୍କୁ ଏଭଳି କିଛି କହି ଚିଠି ଲେଖିଛନ୍ତି କୌଶିକ। ଏଥିସହ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
ଏକ ସାମ୍ୱାଦିକ ସମ୍ମିଳନୀ କରି ସେ କହିଛନ୍ତି, ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ପାଇଁ ରେଭନାଥ ରେଡ୍ଡୀ ୫୦ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି। ତେଲେଙ୍ଗାନାର କଂଗ୍ରେସ ପ୍ରଭାରୀ ମଣିକମ ଟାଗୋରଙ୍କୁ ସେ ଏହି ଲାଞ୍ଚ ଦେଇଛନ୍ତି। ତେବେ କୌଶିକ ରେଡ୍ଡୀ ଏପରି ଅଭିଯୋଗ ଆଣିବା ପରେ ମାଣିକମ ପାଲଟା ଜବାବ ଦେଇ ଅଭିଯୋଗର ସତ୍ୟତା ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି ଯିଏ ଏପରି ଅଭିଯୋଗ ଆଣିଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସୁପ୍ରିମୋ କେସିଆରଙ୍କ ଅନୁଗତ। ମୋର ପ୍ରଥମ ଉଦ୍ଦେଶ୍ୟ ଟିଆରଏସକୁ କ୍ଷମତାଚ୍ୟୁତ କରିବା। ତେଣୁ ମୋ ବିରୋଧରେ ଏପରି ମିଥ୍ୟା ଅଭିଯୋଗ ଆଣି ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହା ଏକ ଷଡ଼ଯନ୍ତ୍ର। ସେ ଏ ନେଇ କୌଶିକ ରେଡ୍ଡୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିବେ ବୋଲି କହିଛନ୍ତି। ଆଗାମୀ ଦିନରେ ତାଙ୍କ ଓକିଲ କୌଶିକଙ୍କୁ ନୋଟିସ ପଠାଇବେ। ମଦୁରାଇରେ ଏହି ମାମଲା ଦାୟର ହେବ ବୋଲି ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ କହିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୭ରେ ତେଲେଙ୍ଗାନାର ପ୍ରଦେଶ କଂଗ୍ରେସ ସଭାପତି ଭାବରେ ରେଭନଥ ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପିସିସି ସଭାପତି ପଦରେ ରହିବାର ୪ ବର୍ଷ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। ତେଣୁ ହଠାତ୍ ତାଙ୍କୁ ଦଳ ରାଜ୍ୟ ମୁଖିଆ ପଦରେ ନିଯୁକ୍ତ କରିବା ନେଇ ପ୍ରଶ୍ନ ଉଠିଥିଲା।
The post ପ୍ରଭାରୀଙ୍କୁ ୫୦ କୋଟି ଦେଇ ହୋଇଛନ୍ତି ସଭାପତି, ସୋନିଆଙ୍କ ପାଖରେ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3kdDgxq
No comments:
Post a Comment