କରୋନା ପଜିଟିଭ ଥିଲେ ନୋ’ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

କରୋନା ପଜିଟିଭ ଥିଲେ ନୋ’ ଏଣ୍ଟ୍ରି

ଚେନ୍ନାଇ: ଏଣିକି କରୋନା ପଜିଟିଭ ଥିଲେ ନୋଏଣ୍ଟ୍ରି। ନେଗେଟିଭ ରିପୋର୍ଟ ଦେଖାଇବା ପରେ ହିଁ ମିଳିବ ପ୍ରବେଶ ଅନୁମତି। ରାଜ୍ୟକୁ କରୋନା ମୁକ୍ତ ରଖିବା ପାଇଁ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର।

ଏବେ କୋଭିଡର ହଟସ୍ପଟ ପାଲଟିଛି ଦକ୍ଷିଣ ଭାରତ। ସମ୍ଭ।ବ୍ୟ ତୃତୀୟ ଲହରକୁ ଚେକ୍ ଦେବା ପାଇଁ ସମସ୍ତ ରାଜ୍ୟ ଲାଗିପଡିଛନ୍ତି। ଏହାରି ଭିତରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଣିକି ଆର୍‌ଟିପିସିଆର୍ ରିପୋର୍ଟ ନଥିଲେ ରାଜ୍ୟକୁ ଏଣ୍ଟ୍ରି ନାହିଁ। କରୋନା ନେଗେଟିଭ ରିପୋର୍ଟ ଦେଖାଇବା ପରେ ହିଁ କେରଳରୁ ଆସୁଥିବା ଯାତ୍ରୀଙ୍କୁ ତାମିଲନାଡୁରେ ପ୍ରବେଶ ଅନୁମତି ମିଳିବ।

ଆସାମ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ପରେ ଏବେ ତାମିଲନାଡୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୫ ତାରିଖରୁ କେରଳରୁ ତାମିଲନାଡୁକୁ ଆସୁଥିବା ଲୋକଙ୍କ ପାଇଁ ଆର୍‌ଟିପିସିଆର୍ ରିପୋର୍ଟ ବାଧ୍ୟତାମୂଳକ ବୋଲି ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମନ୍ୟମ୍ କହିଛନ୍ତି।

ପୂର୍ବ ତୁଳନାରେ ବର୍ତ୍ତମାନ ଦେଶରେ କରୋନା ମାମଲା ହ୍ରାସ ପାଇଛି । ହେଲେ ଦକ୍ଷିଣ ଭାରତର ପରିସ୍ଥିତି ବିସ୍ଫୋରକ ରହିଛି। ଗତ କିଛି ଦିନ ହେବ କେରଳ କ୍ରମାଗତ ଭାବରେ ୨୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦,୬୨୪ ଟି ନୂଆ ମାମଲା ରୁଜୁ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ କେରଳରେ ସଂକ୍ରମଣ ହାର ମଧ୍ୟ ଅଧିକ ରେକର୍ଡ କରାଯାଇଛି। ଗତ କିଛି ଦିନ ପର‌୍ୟ୍ୟନ୍ତ କେରଳରେ ସକାରାତ୍ମକତା ହାର ପ୍ରାୟ ୧୦ ପ୍ରତିଶତ ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୨.୩୧% ରେ ପହଞ୍ଚିଛି।

ସେହିପରି କେରଳ ପରେ ତାମିଲନାଡୁର ବି ସ୍ଥିତି ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୧୯୮୬ ଟି କରୋନା ମାମଲା ହୋଇଥିବାବେଳେ ୨୬ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୦,୭୧୬ସକ୍ରିୟ କରୋନା ରୋଗୀ ଅଛନ୍ତି।

The post କରୋନା ପଜିଟିଭ ଥିଲେ ନୋ’ ଏଣ୍ଟ୍ରି appeared first on Odisha Reporter.



from Odisha Reporter https://ift.tt/3ficNeu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages