କୋରାପୁଟରୁ ଆସି କୋକସରାରେ ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

କୋରାପୁଟରୁ ଆସି କୋକସରାରେ ଧରାପଡ଼ିଲେ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ୍ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୫ କେଜିରୁ ଅଧିକ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଜାରୀ ଓ ଅଠାଗୁଡ଼ା ଗାଁର ଶଙ୍କର ରାଓ।

କୋକସରା ଆଇଆଇସି ରମଣୀ ରଞ୍ଜନ ଦଳେଇଙ୍କ ସୂଚନା ଅନୁଯାୟୀ, ଗତକାଲି କୋରାପୁଟରୁ ଏକ ବୋଲେରୋରେ କୋକସରା ଥାନା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସେମାନଙ୍କ ନିକଟରେ ଖବର ପହଞ୍ଚିଥିଲା। ଏହା ପରେ କୋକସରା ପୁଲିସ୍ ଟେମରା ମଦଭାଟି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏହି ବୋଲେରୋଟିକୁ ଅଟକାଇଥିଲା। କିନ୍ତୁ ବୋଲେରୋଟି ଅଟକି ନଥିଲା। ଏହା ପରେ ପାଟ୍ରୋଲିଂ ପୋଲିସ୍ ବୋଲେରୋଟିକୁ ପିଛା କରିଥିଲା।

ସିର୍ଲିଗୁଡ଼ା ନିକଟରେ ଗାଡ଼ି ଛାଡ଼ି ଅଭିଯୁକ୍ତମାନେ ଦୌଡ଼ି ପଳାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ବୋଲେରୋ ଡ୍ରାଇଭର ଖସି ଯିବାରେ ସଫଳ ହୋଇଥିଲା।

କୋକସରା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

The post କୋରାପୁଟରୁ ଆସି କୋକସରାରେ ଧରାପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/2TNuaN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages