କାବୁଲ: ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦରରେ ରକେଟ୍ ମାଡ ହୋଇଛି। କୁହାଯାଉଛି ଯେ, ତାଲିବାନ ଏହି ଆକ୍ରମଣ କରିଛି। ତିନୋଟି ରକେଟ ମାଡ କରିଛି ତାଲିବାନ। ଫଳରେ କାନ୍ଦହାର ବିମାନ ବନ୍ଦରରୁ ସମସ୍ତ ଉଡାଣ ରଦ୍ଦ କରାଯାଇଛି।
କାନ୍ଦାହାର ବିମାନବନ୍ଦର ଅଧିକାରୀ ରକେଟ୍ ମାଡ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ବିମାନ ବନ୍ଦର ମୁଖ୍ୟ ମସୁଦ ପସ୍ତୁନ କହିଛନ୍ତି, ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦରରେ ଅତି କମରେ ତିନିଟି ରକେଟ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପରେ ବିମାନବନ୍ଦରରୁ ସମସ୍ତ ବିମାନକୁ ବାତିଲ କରାଯାଇଛି।
ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ତାଲିବାନ ଗତ କିଛି ଦିନ ମଧ୍ୟରେ ଆକ୍ରମଣକୁ ତୀବ୍ର କରିଛି। ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ ସେନା ଅଧୀନରେ ଥିବା କାନ୍ଦାହାରକୁ କାବୁ କରିବାକୁ ଚେଷ୍ଟା କରୁଛି।
କାନ୍ଦାହାର ଏପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ଅଛି, କିନ୍ତୁ ତାଲିବାନ ଦଖଲ କରିବାକୁ ଚେଷ୍ଟା କରୁଛି। ଆଫଗାନିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସହର ହେଉଛି କାନ୍ଦାହାର। ତାଲିବାନ ଗତ କିଛି ଦିନ ହେବ ଏଠାରେ ଆକ୍ରମଣକୁ ଜୋରଦାର କରିଛି। ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ପରିସ୍ଥିତି ଏପରି ଯେ ଲୋକମାନେ ନିଜ ଘର ଛାଡି ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି।
ସରକାର କାନ୍ଦାହାରରେ ଏକ ଶରଣାର୍ଥୀ ଶିବିର ସ୍ଥାପନ କରିଛନ୍ତି ଯେଉଁଥିରେ ୧୧ ହଜାରରୁ ଅଧିକ ପରିବାର ବାସ କରୁଛନ୍ତି। କାନ୍ଦାହାର ସାଂସଦ ସୟଦ ଅହମ୍ମଦ ସାଇଲାବ କିଛି ଦିନ ପୂର୍ବରୁ କହିଥିଲେ ଯେ ଇଦ୍ ପରେ ତାଲିବାନ ଆଫଗାନିସ୍ତାନ ସେନା ଉପରେ ଆକ୍ରମଣକୁ ତୀବ୍ର କରିଥିଲା। ତାଲିବାନ ଏବଂ ସେନା ମଧ୍ୟରେ ଚାଲିଥିବା ବିବାଦରେ କାନ୍ଦାହାରର ସାଧାରଣ ଲୋକ ପେଶି ହେଉଛନ୍ତି । ଫଲରେ ସେଠାକାର ହଜାର ହଜାର ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନ ଖୋଜି ସେଠାକୁ ପଳାଯିବାକୁ ବାଧ୍ୟ ହେଉଛନ୍ତ।
The post ବିମାନବନ୍ଦର ଉପରେ ରକେଟ୍ ମାଡ଼, ଉଡାଣ ରଦ୍ଦ appeared first on Odisha Reporter.
from Odisha Reporter https://ift.tt/3ygVIcF
No comments:
Post a Comment