ବିଗ୍ ବି’ଙ୍କ ନାତୁଣୀ ସହ ଅଫେୟାରକୁ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ମିଜାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ବିଗ୍ ବି’ଙ୍କ ନାତୁଣୀ ସହ ଅଫେୟାରକୁ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ମିଜାନ୍‌

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଓ ଜାବେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀଙ୍କ ମଧ୍ୟ ଚାଲିଛି ଅଫେୟାର। ଏନେଇ ବି-ଟାଉନରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏହି ରିଲେସନ୍‌ସିପ୍‌କୁ ନେଇ ମୁହଁ ଖୋଲିଛନ୍ତି ମିଜାନ୍।

ନିକଟରେ ଏକ ସାକ୍ଷାତକାରେ ମିଜାନ୍ କହିଛନ୍ତି, ଗତ କିଛି ଦିନ ତଳେ ତାଙ୍କୁ ନବ୍ୟାଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ଫିଲ୍ମ ‘ମଲାଲ’ର ପ୍ରମୋସନରେ ସେ ଥିଲେ। ତେବେ ନବ୍ୟାଙ୍କୁ ନେଇ ମୋତେ ଯୋଡିବା ଠିକ୍ ନୁହେଁ। ତାଙ୍କ ଭିତରେ କୌଣସି ଅଫେୟାର ନାହିଁ। ନବ୍ୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ। ଏହା ତାଙ୍କ ବ୍ୟକ୍ତିଗତ ଜୀବନ। ତେଣୁ ତାଙ୍କୁ କିମ୍ବା ତାଙ୍କ ପରିବାରକୁ ଏଥିପାଇଁ ହଇରାଣ କରାଯାଉ ବୋଲି ମିଜାନ ଚାହୁଁନଥିବା କହିଛନ୍ତି।

ମିଜାନ୍ ଆହୁରି କହିଛନ୍ତି, ଏଭଳି ରିଲେସନ୍‌ସିପ୍ ଚର୍ଚ୍ଚା ହେଉଥିବା ଶୁଣି ବାପା ଜାଭେଦ ଜାଫରୀ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ତଙ୍କ ପାଇଁ ତାଙ୍କ ନିଜ ଘରକୁ ଯିବା ବି ମୁସ୍‌କିଲ୍ ହୋଇପଡିଛି। ସେହିପରି ଅମିତାଭ ସାର୍‌ଙ୍କ ଘର ଜଲସା ଯିବାକୁ ମଧ୍ୟ ମୋତେ ଖରାପ ଲାଗୁଛି ବୋଲି ମିଜାନ୍ କହିଛନ୍ତି।

ସୂଚନା ମୁତାବକ, ଶେଷଥର ପାଇଁ ଦୀପାବଳି ଅବସରରେ ଜଲସାରେ ମିଜାନ୍‌ଙ୍କୁ ବିଗ୍ ବି’ଙ୍କ ପାର୍ଟିରେ ଦେଖିବାକୁ ମିଳିଥିଲା। ମିଜାନ୍ ଏବଂ ନବ୍ୟା ଏକାଠି ନ୍ୟୁୟର୍କରେ ପାଠ ପଢ଼ିଛନ୍ତି। ମିଜାନ୍‌ଙ୍କ ଭଉଣୀଙ୍କ କ୍ଲୋଜ ଫ୍ରେଣ୍ଡ ହେଉଛନ୍ତି ନବ୍ୟା। ଏହି କାରଣ ଯୋଗୁଁ ନବ୍ୟା ଓ ମିଜାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାବ୍ୟତୀତ ଉଭୟ ଫିଲ୍ମି ପରିବାରର ହୋଇଥିବା ଯୋଗୁଁ ପରସ୍ପରକୁ ଦୀର୍ଘ ସମୟରୁ ଜାଣିଛନ୍ତି।

The post ବିଗ୍ ବି’ଙ୍କ ନାତୁଣୀ ସହ ଅଫେୟାରକୁ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ମିଜାନ୍‌ appeared first on Odisha Reporter.



from Odisha Reporter https://ift.tt/3h92pqZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages