ନୂଆଦିଲ୍ଲୀ: ମୀରାବାଇଙ୍କୁ ମିଲିବ ମାଗଣା ପିଜ୍ଜା । ଟୋକିଓ ଅଲିମ୍ପିକ୍ରେ ଚମକିଥିବା ଭାରତୀୟ ଖେଳାଳି ମିରାବାଇ ଚାନୁଙ୍କୁ ଲାଇଫ ଟାଇମ୍ ପିଜ୍ଜା ମିଳିବ । ଆଉ ଏହି ପିଜ୍ଜା ଯୋଗାଇବ ଡମିନସ୍ ।
ଟୋକିଓ ଅଲିମ୍ପିକରେ ରୌପ୍ୟ ହାସଲ କରିବା ପରେ ପ୍ରଥମେ ପିଜ୍ଜା ଖାଇବେ ବୋଲି ମିରାବାଇ ଇଚ୍ଛା ପ୍ରକାଶ କରିଥିଲେ । ବାସ୍ ଏହା ପରେ ଡୋମିନସ ଇଣ୍ଡିଆ ତାଙ୍କୁ ଲାଇଫ ଟାଇମ୍ ପିଜ୍ଜା ଅଫର କରିଛି ।
ଭାର ଉତ୍ତୋନଳକାରୀ ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି । ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ବହୁଦିନ ହେବ ପିଜ୍ଜା ଖାଇନଥିବା ନେଇ କହିଥିଲେ । ଏହାସହ ସେ ପିଜ୍ଜା ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ଏହାକୁ ନେଇ ଦେଶର ସବୁଠାରୁ ଅଧିକ ପିଜ୍ଜା ବିକ୍ରେତା କମ୍ପାନୀ ‘ଡୋମିନସ’ ପକ୍ଷରୁ ଏହି ବଡ ଘୋଷଣା କରାଯାଇଛି ।
ଡୋମିନସ୍ ପକ୍ଷରୁ କୁହାଯାଇଛି କି, ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାର ଉତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନୀ ତରଫରୁ ଆଜୀବନ ମାଗଣାରେ ପିଜ୍ଜା ଯୋଗାଇ ଦିଆଯିବ ।
ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଏବେ ଚର୍ଚ୍ଚାରେ । ସେ ଇଣ୍ଟରନେଟ୍ର ସେନ୍ସେସନ୍ ପାଲଟିଯାଇଛନ୍ତି । ଚାରିଆଡେ ଛାଇ ଯାଇଛନ୍ତି ମୀରା । ପଦକ ହାସଲ ପରେ ମୀରା ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ବାଦଶାହା ଅମିତାଭ ବଚନ, ଅଭିଶେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାବାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି।
ମୀରାବାଇ ଚାନୁଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ସଫଳତାକୁ ସେଲିବ୍ରେସନ୍ କରିଛନ୍ତି। ପରିବାର ସଦସ୍ୟମାନେ ନିଜ ଝିଅଙ୍କୁ ଭେଟିବାକୁ ଆଗ୍ରହୀ ଅଛନ୍ତି।
She said it, we heard it
We never want @mirabai_chanu to wait to eat again so we’re treating her to FREE Domino’s pizza for life! #PizzasForLife— dominos_india (@dominos_india) July 24, 2021
The post ମୀରାବାଇଙ୍କୁ ଆଜୀବନ ପିଜ୍ଜା ଯୋଗାଇବ ଡୋମିନସ appeared first on Odisha Reporter.
from Odisha Reporter https://ift.tt/3hZ3phQ
No comments:
Post a Comment