ମୁମ୍ବାଇ: ମହାମାରୀ କରୋନାରେ ତୃତୀୟ ଥର ପାଇଁ ଆକ୍ରାନ୍ତ ହୋଇଛନ୍ତି ଜଣେ ୨୬ ବର୍ଷୀୟ ଡାକ୍ତର। ଏହି ଯୁବ ଡାକ୍ତର ଜଣଙ୍କ ମୁମ୍ବାଇରେ କାମ କରନ୍ତି। ୨୦୨୦ ଜୁନ୍ ମାସରୁ ଇତି ମଧ୍ୟରେ ତାଙ୍କ ଟେଷ୍ଟ ରିପୋର୍ଟ ୩ଥର ପଜିଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଟିକାର ଦୁଇଟି ଯାକ ଡୋଜ୍ ନେବା ପରେ ୨ ଥର ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
ଡାକ୍ତର ଶୃସ୍ତି ହାଲାରି ବାରମ୍ବାର ସଂକ୍ରମିତ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏବେ ତାଙ୍କ ସ୍ୱାବକୁ ଜନୋମ ସିକ୍ୱେନ୍ସିଂ କରାଯିବ। ସେ କରୋନାର କେଉଁ ଭାରିଏଣ୍ଟ ଦ୍ୱାରା ଏପରି ବାରମ୍ବାର ସଂକ୍ରମିତ ହେଉଛନ୍ତି, ଏହାପରେ ଜଣାପଡ଼ିବ।
ସୋମବାର ଶୃସ୍ତିଙ୍କ ସ୍ୱାବକୁ ବିଏମସି ସଂଗ୍ରହ କରିଛି। ସେହିପରି ଗୋଟିଏ ଘରୋଇ ହସ୍ପିଟାଲ ମଧ୍ୟ ତାଙ୍କ ସ୍ୱାବର ଜନୋମ ସିକ୍ୱେନ୍ସିଂ କରିବ।
ଟିକା ନେବା ପରେ ସେ କାହିଁକି ଦୁଇ ଥର ସଂକ୍ରମିତ ହେଲେ ଓ ଏବେ କ’ଣ କରୋନାର କୌଣସି ନୂଆ ଭାରିଏଣ୍ଟ ଆସିଛି କି? ଏହା ପଛରେ ରହିଥିବା ସବୁ ପ୍ରକାରର କାରଣ ଜାଣିବା ପାଇଁ ଏପରି ଜେନୋମ ସିକ୍ୱେନ୍ସିଂ କରାଯାଉଛି।
ଡାକ୍ତର ହାଲାରି ମୁଲୁଣ୍ଡରେ ବିଏମସି ପକ୍ଷରୁ ତିଆରି କରାଯାଇଥିବା କୋଭିଡ୍ କେୟାର ସେଣ୍ଟରରେ ଡ୍ୟୁଟି କରୁଥିବା ବେଳେ ୨୦୨୦ ମସିହା ଜୁନ୍ ୧୭ରେ ପ୍ରଥମଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଚଳିତ ବର୍ଷ ମେ’ ୨୯ ଓ ଜୁଲାଇ ୧୧ରେ ତାଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ୩ଥର ଯାକ ତାଙ୍କ ଶରୀରରେ କରୋନାର ସାମନ୍ୟ ଲକ୍ଷଣ ସବୁ ଦେଖାଯାଇଥିଲା।
ଏହି ଘଟଣା ଉପରେ ଡାକ୍ତର ମେହୁଲ ଠାକର କହିଛନ୍ତି, ଏହା ଭୁଲ ଥିବା ଆରଟି ପିସିଆର ଟେଷ୍ଟ ରିପୋର୍ଟ ଯୋଗୁ ଘଟିଥାଇ ପାରେ କିମ୍ବା ମେ’ ମାସରେ ତାଙ୍କ ଶରୀରକୁ ଆକ୍ରାନ୍ତ କରିଥିବା ଭାଇରସ ପୁଣିଥରେ ଜୁଲାଇ ମାସରେ ସକ୍ରିୟ ହୋଇଥାଇ ପାରେ। ଏହାବାଦ୍ ସାର୍ସ କୋଭ-୨ର କୌଣସି ନୂଆ ଭାରିଏଣ୍ଟ ତାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରି ଏପରି ସଂକ୍ରମିତ କରିଥାଇପାରେ। ସବୁ କିଛି ଜେନୋମ ସିକ୍ୱେନ୍ସିଂ ପରେ ସ୍ପଷ୍ଟ ହେବ ବୋଲି ଡାକ୍ତର ମେହୁଲ କହିଛନ୍ତି।
The post ୩ ଥର କରୋନାରେ ଆକ୍ରାନ୍ତ ହେଲେଣି ଯୁବ ଡାକ୍ତର, ଟିକା ନେବା ପରେ ୨ ଥର appeared first on Odisha Reporter.
from Odisha Reporter https://ift.tt/37i9fF3
No comments:
Post a Comment