ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମରେଶଙ୍କ ପାଇଁ ତମନ୍ନା ସବୁ କିଛି। ଏପରିକି ତାଙ୍କ ବ୍ୟବସାୟରେ କ୍ଷତି ବି ସହିଯିବେ ତାଙ୍କ ପାଇଁ । ତମନ୍ନାଙ୍କ ହସ ଦେଖିଲେ ସମରେଶଙ୍କ ଦିନ ଆରମ୍ଭ ହୁଏ। ତମନ୍ନାଙ୍କ ହସ ପାଇଁ ସେ ସବୁ କିଛି କରିପାରବେ।
ଏଭଳି କିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ତରଙ୍ଗ ପ୍ଲସରେ ଆରମ୍ଭ ହେବାକୁ ଯାଉଛି ସର୍ଟ ୱେବ୍ ସିରିଜ ‘ତତେ ଭଲ ପାଏ ଏତେ’। ରହସ୍ୟ ରୋମାଂଚରେ ଭରପୁର ଏହି ୱେବ୍ ସିରିଜରେ ରୋମାନ୍ସ ଏବଂ ଥ୍ରୀଲର ମଧ୍ୟ ରହିଛି । କହିବାକୁ ଗଲେ ଏହି ୱେବ୍ ସିରିଜର କାହାଣୀ ଶେଷ ପର୍ଯ୍ୟନ୍ତ ରହସ୍ୟମୟ।
ଏହି ୱେବ୍ ସିରିଜର ଲିଡ୍ ରୋଲରେ ଓଡ଼ିଆ ଅଭିନେତା ସମରେଶ ଅଛନ୍ତି। ଏଥିସହ ଅଭିନେତ୍ରୀ ତମନ୍ନା ଏବଂ ଜୟଜୀତ ମଧ୍ୟ ନଜର ଆସିବେ। ଏଥିରେ ସମରେଶଙ୍କୁ ଅନନ୍ୟାଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବ। ଏହି ୱେବ୍ ସିରିଜରେ ୨୪ଟି ଏପିସୋଡ୍ ରହିଛି। ଆସନ୍ତା ସୋମବାରଠାରୁ ଏହା ତରଙ୍ଗ ପ୍ଲସରେ ଷ୍ଟ୍ରିମିଂ ହେବ।
The post ତମନ୍ନାଙ୍କ ମୁହଁରେ ହସ ଦେଖିବାକୁ ସବୁ କିଛି କରିପାରିବେ ସମରେଶ appeared first on Odisha Reporter.
from Odisha Reporter https://ift.tt/2UJZxZn
No comments:
Post a Comment