ଭୁବନେଶ୍ୱରରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଭୁବନେଶ୍ୱରରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରୀ ମାରିଛି ପେଟ୍ରୋଲ ଦର। ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟଙ୍କା ଟପିଥିବା ବେଳେ ଆଜି ଭୁବନେଶ୍ୱରରେ ଏହା ଶହେ ଅତିକ୍ରମ କରିଛି। ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା।

ଆଜି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି।

ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କୁ ଏହା ଖୁବ୍ ବାଧୁଛି। ଏନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କରୋନା ପାଇଁ ଲକ୍‌ଡାଉନ୍‌ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରାଜନୀତି ନ କରି ତୈଳ ଦର ହ୍ରାସ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି।

ତୈଳ ଦର ବଢୁଥିବା ବେଳେ ରାଜ୍ୟରେ ଗୁରୁବାର (ଗତକାଲି) ଠାରୁ ବସ୍ ଭଡ଼ା ମଧ୍ୟ ବଢ଼ିଛି। ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା ବଢ଼ିଛି। ସେହିଭଳି ସୁପର ପ୍ରିମିୟମ୍‌ ବସ୍‌ର ଭଡ଼ା କିଲୋମିଟର ପିଛା ୧୨ ପଇସା ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଠାରୁ ଏହି ସବୁ ଜିଲ୍ଲା ବସ୍‌ ଗଢ଼ିଲାଣି।

The post ଭୁବନେଶ୍ୱରରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର appeared first on Odisha Reporter.



from Odisha Reporter https://ift.tt/3hvciy4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages