ଜଗନ୍ନାଥ ଖାଇଥିଲେ ଜଗନ୍ନାଥଙ୍କ ରାଣ, ତଥାପି ତୁଟି ନ ଥିଲା ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଜଗନ୍ନାଥ ଖାଇଥିଲେ ଜଗନ୍ନାଥଙ୍କ ରାଣ, ତଥାପି ତୁଟି ନ ଥିଲା ସମ୍ପର୍କ

ଯାଜପୁର(ଗୁଲାମ ଗସ): ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ। ହେଲେ ବିବାହ ପରେ ସବୁ କିଛି ଥମି ଯାଇଥିଲା। ଗତବର୍ଷ ଲକ୍‌ଡାଉନ୍‌ ପରେ କିନ୍ତୁ ପୁଣି ଥରେ ଆରମ୍ଭ ହୋଇଥିଲା ଲୁଚାଚୋରା ପୀରତି।  ଯାହାର ଭୟଙ୍କର ପରିଣାମ ଗତକାଲି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ନାମ୍ନୀ ମହିଳାଙ୍କ ବିଭତ୍ସ ହତ୍ୟା ଘଟଣା ପଛରେ ଥିବା ଏପରି କାହାଣୀକୁ ବୟାନ କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, “ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କର ଜଗନ୍ନାଥ ପ୍ରଧାନଙ୍କ ସହ ଥିଲା ସମ୍ପର୍କ । ପ୍ରିୟଙ୍କାର ବିବାହ ପୂର୍ବରୁ  ଉଭୟ ପରସ୍ପରକୁ ଭଲ ଭାବେ ଜାଣିଥିଲେ, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ଝିଅ ବିବାହ ହୋଇ ଚାଲିଯିବା ପରେ ମୋ ପୁଅ କେବେ ତାର କିଛି ସମସ୍ୟା କରିନି। ଜଗନ୍ନାଥ ରାଣ ଖାଇ କହିଥିଲା ଫୋନ୍‌ କରିବିନି। ଯେଉଁଠି ରହୁଛି ଭଲରେ ରହୁ।”

“ହେଲେ ପୁଅ ହେବା ପରେ ପ୍ରିୟଙ୍କା ମୋ ପୁଅକୁ ଫୋନ୍‌ କଲା। ମୋ ପୁଅ ପ୍ରଥମେ ଫୋନ୍‌ କରି ନ ଥିଲା। ଏହାପରେ ଗତକାଲି ସକାଳୁ ଉଠି ଗାଧୋଇପାଧୋଇ କହିଲା ମାର୍କେଟ ଯାଉଛି। ଏପରି କରିବ ଜାଣିଥିଲେ, ମୋ ପୁଅକୁ କେବେ ଛାଡ଼ି ନ ଥାନ୍ତି।”

ଘଟଣା ସଂପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇ ଗତକାଲି କହିଥିଲେ, ପ୍ରତିଦିନ ପରି  ସକାଳେ  ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ୍‌ ପଳାଇଥିଲେ। ଏହାପରେ ତାଙ୍କ ନିକଟକୁ ଏକ ହ୍ୱାଟସ୍‌ ଆପ୍‌ କଲ ଯାଇଥିଲା, ଯାହାକୁ ବ୍ୟସ୍ତତା କାରଣରୁ ସେ ଉଠାଇ ପାରି ନ ଥିଲେ। ଏହାର କିଛି ସମୟ ପରେ ତାଙ୍କ ପାଖକୁ ଏକ ଫଟୋ ଆସିଲା। ଫଟୋରେ ତାଙ୍କ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ରାକେଶ। ଘଟଣା କଣ ବୁଝିବାକୁ ଘର ମାଲିକଙ୍କୁ ଫୋନ୍ କରିଥିଲେ ରାକେଶ।

ଘର ମାଲିକ ତଳକୁ ଯାଇ କବାଟ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ। ଏହାପରେ କବାଟ ଭାଙ୍ଗି ପ୍ରିୟଦର୍ଶିନୀ ଓ ଜଗନ୍ନାଥ ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ରାକେଶ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।  ହାତ କାଟି, ବିଷ ପିଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିବା ଜଗନ୍ନାଥ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ୍‌।

ଉଭୟ ପ୍ରିୟଦର୍ଶିନୀ ଓ ଜଗନ୍ନାଥ ଯାଜପୁରର, ପରସ୍ପରକୁ ଜାଣନ୍ତି ବୋଲି ପ୍ରାଥମିକ ବୟାନ ରେକର୍ଡ ପରେ କହିଥିଲେ ଡିସିପି । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ହତ୍ୟା କରିବାକୁ ମନସ୍ଥ କରିଥିଲା। ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା ଯୋଜନା କରିଥିଲା। ତେବେ ଘଟଣା ସମୟରେ କୁନି ପୁଅଟି ପଡ଼ୋଶୀ ଘରେ ଥିବାରୁ ବର୍ତ୍ତି ଯାଇଥିବା  କହିଥିଲେ ଡିସିପି।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ଥିବା ବେଳେ ପ୍ରିୟଙ୍କାଙ୍କ ବିବାହ ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଥିଲା। ପ୍ରିୟଙ୍କା ନିଜ ସ୍ୱାମୀ ଓ ପୁଅ ସହ ଭୁବନେଶ୍ୱରରେ ରହୁଥିବା ବେଳେ ଜଗନ୍ନାଥ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ହେଲେ ଗତବର୍ଷ ଲକ୍‌ଡାଉନ୍‌ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଏହାପରେ ପୁନର୍ବାର ଉଭୟଙ୍କ ମଧ୍ୟରେ ଫେସ୍‌ବୁକ୍‌ ଯୋଗେ ବନ୍ଧୁତା ହେବା ସହ ଉଭୟ ଫୋନ୍‌ରେ କଥାବାର୍ତ୍ତା ମଧ୍ୟ କରୁଥିଲେ।

ଏହାପରେ ମାର୍କେଟ ଯାଉଛି କହି ଗତକାଲି ଜଗନ୍ନାଥ ଘରୁ ବାହାରି ଭୁବନେଶ୍ୱର ଆସିଥିଲେ। ପୂର୍ବ ଯୋଜନା ମୁତାବକ ଜଗନ୍ନାଥ ଏକ ସୁଇସାଇଡାଲ ନୋଟ ଲେଖିଥିବା ବେଳେ ବିଷ, ଛୁରୀ ଆଦି ଧରି ପ୍ରିୟଙ୍କାଙ୍କ ଘରକୁ ଯାଇଥିଲେ। ନିଜ ସୁଇସାଇଡାଲ ନୋଟରେ ମାରିବି, ମରିବି ବୋଲି ଲେଖିଥିବା ଜଗନ୍ନାଥ ଉଭୟ ପ୍ରିୟଙ୍କା ଓ ତାଙ୍କ ୩ ବର୍ଷର ଛୁଆକୁ ମାରିବାକୁ ଯୋଜନା କରୁଥିବା ସ୍ପଷ୍ଟ ହୋଇଥିଲା। ହେଲେ ଛୁଆଟି ବର୍ତ୍ତି ଯାଇଥିବା ବେଳେ ଜଗନ୍ନାଥଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଛଟପଟ ହୋଇ ଜୀବନ ହାରିଲେ ପ୍ରିୟଙ୍କା।

The post ଜଗନ୍ନାଥ ଖାଇଥିଲେ ଜଗନ୍ନାଥଙ୍କ ରାଣ, ତଥାପି ତୁଟି ନ ଥିଲା ସମ୍ପର୍କ appeared first on Odisha Reporter.



from Odisha Reporter https://ift.tt/3Az1VSP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages