‘ଧନୀ ଦେଶ ବୁଷ୍ଟର ଡୋଜ ବ୍ୟବହାର ନକରି ଗରିବ ଦେଶକୁ ଦାନ କରନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

‘ଧନୀ ଦେଶ ବୁଷ୍ଟର ଡୋଜ ବ୍ୟବହାର ନକରି ଗରିବ ଦେଶକୁ ଦାନ କରନ୍ତୁ’

ଜେନେଭା: ସାରା ବିଶ୍ୱରେ ପୁଣି କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୧୦ ସପ୍ତାହ ପରେ ମୃତ୍ୟୁ ସଂଖ୍ୟା ଉପର ମୁହାଁ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ କହିଛନ୍ତି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଅଧିକାରୀ କହିଛନ୍ତି କୋଭିଡ ବିପଦରୁ ସୁରକ୍ଷିତ ରହିବା ପାଇଁ ଅନେକ ଦେଶ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ମିଳିଥିବା ସୂଚନା ଅନୁସାରେ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ। ତେଣୁ ଧନୀ ଦେଶ ଗୁଡ଼ିକ ବୁଷ୍ଟର ଡୋଜ ନେବା ପରିବର୍ତ୍ତେ ସେହି ଟିକା ଅନ୍ୟ ଦେଶକୁ ଦେବା ଦରକାର। ଯେଉଁ ଦେଶରେ ଟିକାର ଘୋର ଅଭାବ ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ୍ କହିଛନ୍ତି, କିଛି ଧନୀ ଦେଶ କୋଭିଡର ବୁଷ୍ଟର ଡୋଜ କିଣିବା ପାଇଁ ଲବି ଆରମ୍ଭ କରିଛନ୍ତି। ଅଧିକ ପଇସା ପାଇଁ ଟିକା କମ୍ପାନୀ ମଧ୍ୟ ସେହି ଧନୀ ଦେଶ ଗୁଡ଼ିକୁ ଟିକା ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଭଳି କରିବା ଠିକ୍ ନୁହେଁ। ପ୍ରଥମେ ସମସ୍ତଙ୍କର ଜୀବନ କିଭଳି ସୁରକ୍ଷିତ ରହିବ ଗୁରୁତ୍ୱ ଦିଆଯିବା ଦରକାର। ବିଶ୍ୱର ଅନେକ ଲୋକ ଅଛନ୍ତି ଯେଉଁମାନେ କି ଟିକାର ଗୋଟିଏ ଡୋଜ ବି ନେଇ ନାହାନ୍ତି। ତେଣୁ ଯେଉଁ ଗରିବ ଦେଶ ଗୁଡ଼ିକ ଟିକା ପାଇ ପାରୁ ନାହାନ୍ତି ସେହି ଦେଶକୁ ଟିକା ଯୋଗାଇବା ନେଇ ବ୍ୟବସ୍ଥା ହେବା ଦରକାର। ଏଭଳି ହେଲେ ଅଧିକରୁ ଅଧିକ ଜୀବନ ସୁରକ୍ଷିତ ରଖାଯାଇପାରିବ ବୋଲି ସେ କହିଛନ୍ତି।

ମୁଖ୍ୟତଃ ପଶ୍ଚିମ ଦେଶ ଏବଂ ଆମେରିକା ଏବେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଟେଡ୍ରୋସ କହିଛନ୍ତି। ଅନେକ ଟିକା କମ୍ପାନୀ ମଧ୍ୟ ବୁଷ୍ଟର ଡୋଜ ପାଇଁ ଅନୁମତି ମାଗିଥିବା ସେ କହିଛନ୍ତି। ଆମେରିକା କୋଭାକ୍ସ ଜରିଆରେ ଗିରବ ଦେଶ ଗୁଡ଼ିକୁ ଟିକା ଯୋଗାଉଛି। ତେଣୁ ଫାଇଜର ଏବଂ ମୋଡେର୍ଣ୍ଣା କୋଭାକ୍ସ ଜରିଆରେ ଅଧିକରୁ ଅଧିକ ଟିକା ଯୋଗାଇବା ଦରକାର ବୋଲି ସେ କହିଛନ୍ତି। ବିଗତ ୧୦ ସପ୍ତାହ ପରେ କୋଭିଡ ଜନିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମୃତକଙ୍କ ମଧ୍ୟରୁ ଅଧିକ ଡେଲଟା ଭାରିଆଣ୍ଟର ଶିକାର ହୋଇଛନ୍ତି। ତେଣୁ ଅଧିକରୁ ଅଧିକ ଲୋକ କିଭଳି ଟିକା ନେବେ ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ଯଦିଓ ଫାଇଜର ଏବଂ ମୋର୍ଡେର୍ଣ୍ଣା କୋଭାକ୍ସ ଜରିଆରେ ଟିକା ଯୋଗାଉଛନ୍ତି ହେଲେ କିଛି ଦେଶ ତୃତୀୟ ଡୋଜ ଆଳରେ ଟିକା ଅଧିକରୁ ଅଧିକ ସଂରକ୍ଷିତ କରି ରଖିଛନ୍ତି। ଏହି କାରଣ ପାଇଁ ଏବେ ବି ବିଶ୍ୱର ୬୦ଟି ଦେଶରେ କୋଭିଡ ଟିକାକରଣ ପ୍ରକ୍ରିୟା ଦୁର୍ବଳ ରହିଛି। ଯେଉଁଠି ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଉଥିଲା। ଏଥିପାଇଁ କୋଭାକ୍ସ ଜରିଆରେ ଗୋଟିଏ ବଡ଼ ପରିମାଣରେ ଟିକା ଯୋଗାଉଥିବା ଆମେରିକାକୁ ପରୋକ୍ଷରେ ଉତ୍ତରଦାୟୀ ରହିବେ ବୋଲି ପରୋକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ସୂଚନାଯୋଗ୍ୟ, ଟିକା କମ୍ପାନୀ ଫାଇଜର ସୋମବାର ଆମେରିକା ସରକାରର ଶୀର୍ଷ ଅଧିକାରୀଙ୍କୁ ଭେଟିଥିଲା। ଏହି ସମୟରେ ତୃତୀୟ ଡୋଜ ବାବଦରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆମେରିକା ଭଳି ବ୍ରିଟେନ ମଧ୍ୟ ବୁଷ୍ଟର ଡୋଜ କଥା ବିଚାର କରୁଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଥିବା ଭାରତୀୟ ବୈଜ୍ଞାନିକ ସ୍ୱାମୀନାଥନ କହିଛନ୍ତି ବୁଷ୍ଟର ଡୋଜ ବା ତୃତୀୟ ଟିକା ସେତେବେଳେ ଦିଆଯିବ ଯେତେବେଳେ ଆବଶ୍ୟକ ରହିଛି ବୋଲି ସେମିତି କିଛି ସାଇଣ୍ଟିଫିକ୍ ଡାଟା ଆସିବ। ହେଲେ ତୃତୀୟ ଚିକାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାବତ କହିନାହିଁ। ସେହିପରି ଅନ୍ୟତମ ବୈଜ୍ଞାନିକ ଡକ୍ଟର ମିଚେଲ ରିଆନ୍ କହିଛନ୍ତି, ଯଦି ଧନୀ ଦେଶ ବୁଷ୍ଟର ଡୋଜ କଥା ଚିନ୍ତା କରିବେ ତାହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ଗୁରୁତ୍ୱ ଦେବ ଆବଶ୍ୟକ ପଡ଼ିଲେ ବିହିତ ପଦକ୍ଷେପ ନେବ। ପ୍ରଥମେ ସାରା ବିଶ୍ୱ ଟିକାକରଣ ହେବା ଦରକାର ବୋଲି ସେ କହିଛନ୍ତି।

The post ‘ଧନୀ ଦେଶ ବୁଷ୍ଟର ଡୋଜ ବ୍ୟବହାର ନକରି ଗରିବ ଦେଶକୁ ଦାନ କରନ୍ତୁ’ appeared first on Odisha Reporter.



from Odisha Reporter https://ift.tt/36AJLlP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages